ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ‘ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ’ କ୍ରମରେ ଓଡ଼ିଶାର ୩୦ ଜିଲ୍ଲାକୁ ୩୦ ଦିନରେ ପରିକ୍ରମା କରି ଫେରିଥିବା ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁଙ୍କୁ ମୋହନଗିରିର ବିଭିନ୍ନ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି। ଅବସର ପ୍ରାପ୍ତ ପୁଲିସ ଅଧିକାରୀ ତଥା ବାବା ଧବଳେଶ୍ୱର ଶିବ ମନ୍ଦିର ପରିଚାଳନା କମିଟି ର ସଭାପତି ବୈଦ୍ୟ ନାରାୟଣ ଭୋଇ ଙ୍କ ଅଧ୍ୟକ୍ଷତା ରେ ମନ୍ଦିର ପରିସର ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମ,ରାମପୁର ରାଜା ତଥା ମ ,ରାମପୁର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଯୋଗ ଦେଇଥିଲେ। ଶ୍ରୀ ସାହୁ ଙ୍କୁ ଧବଳେଶ୍ୱର ମନ୍ଦିର ପରିଚାଳନା କମିଟି, ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ, କ୍ରିୟା ଯୋଗ ଏକାଡେମୀ, ସୈନିକ ସ୍କୁଲ ମୋହନଗିରି ପକ୍ଷରୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ପରେ ଏକକ ଅଭି ଯାତ୍ରୀ ଶ୍ରୀ ସାହୁ ନିଜର ଅନୁଭବ ଓ ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ଲିଙ୍ଗ ରାଜ୍ ବିଶ୍ଵାଳ, କ୍ରିୟା ଯୋଗ ଏକାଡେମୀ ର ସଭାପତି ବିଶ୍ଵନାଥ ହୋତା, ଅଧ୍ୟାପକ ଅଚ୍ୟୁତ ମହାଖୁଡ, ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ପ୍ରମୁଖ,ବାନପାଳ ବିଶ୍ୱଜିତ୍ ଠାକୁର ଏହି ଅଭିଯାନ ପାଇଁ ସାଧୁବାଦ୍ ଜ୍ଞାପନ କରିଥିଲେ। ଏହି ଅବସର ରେ କ୍ରିୟା ଯୋଗ ଏକାଡେମୀ ର ସମ୍ପାଦକ ଶୁକଦେବ ସାହୁ ସ୍ବାଗତ ଅଭିଭାଷଣ ଓ ଶିକ୍ଷକ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଦିବାକର ସାହୁ ଓ ଅନ୍ୟ ମାନେ ସହଯୋଗ କରିଥିଲେ।





