ମାଁ ଡୋକରୀ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମାଆ ଡୋକରୀ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ରେ ଆଗାମୀ ଦିନରେ ସଂସ୍କୃତି ଓ ପରମ୍ପରା ର ପ୍ରାଣକେନ୍ଦ୍ର ଭାବେ ଟାପରେଙ୍ଗ ଗଡ ପରିଚିତି ଲାଭ କରିବ, ଏହି ପଲ୍ଲୀ ଗ୍ରାମ ରେ ଚୈତ୍ରା ସମୟ ରେ ମା ଡୋକରୀ ଙ୍କ ପୂଜା ସମୟ ରେ ପାଳିତ ହେଉଥିବା ଲୋକ ମହୋତ୍ସବର ଅପୂର୍ବ ଖ୍ୟାତି ଆସିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଟାପରେଙ୍ଗ ଗଡର ଇଷ୍ଟ ଦେବୀ ମା ଡୋକରୀ ଙ୍କ କିମ୍ବଦନ୍ତୀ ଓ ଗାଥା ବହନ କରୁଥିବା ଏହି ଉତ୍ସବ ଆମକୁ ଏକତା ସୂତ୍ର ରେ ବାନ୍ଧି ରଖିବା ପାଇଁ ଏକ ମହନୀୟ ଉଦ୍ୟମ ବୋଲି ୨ୟ ବର୍ଷ ମାଆ ଡୋକରୀ ଲୋକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ର ସାଂସ୍କୃତିକ ସଭା ରେ ଅତିଥି ମାନେ ଆୟୋଜକ ମାନଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ । ଆୟୋଜକ କମିଟି ର ସଭାପତି ଯୋଗେନ୍ଦ୍ର ଧରୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଯୁବ ଶିଳ୍ପପତି ବିଭୁ ପ୍ରସାଦ ସାହୁ ମୁଖ୍ୟ ବକ୍ତା ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର, ସମ୍ମାନୀତ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଜନୀ କାନ୍ତ ମହାଖୁଡ, ମାଣୀକେରା ଉଛ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶିବ ଶଙ୍କର କର, ମ.ରାମପୁର ବିଜେପି ମଣ୍ଡଳ ସଭାପତି ତଥା ଦେଢ଼ ଶୁଳୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଯଜ୍ଞସେନ ପଣ୍ଡା, ମୋହନ ଗିରି ମଣ୍ଡଳ ସଭାପତି ଖ୍ରୀଷ୍ଟ ଦତ୍ତ ରାଉତ, ଯୋଗେନ୍ଦ୍ର ସେନାପତି, ସହ ସଂପାଦକ ଗୋପାଳ ପାତ୍ର, ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ରେ ଏହି ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ପ୍ରତିଦିନ ଭଳି ନୃତ୍ୟ ଉପର ନୂଆ ଗାଆଁର କଳାକାର ମାନଙ୍କ ଦ୍ଵାରା କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ସହ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ କୁମୁରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରେ କଳାକାର ମାନଂକ ଦ୍ଵାରା ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପରିବେଷଣ କରାଯାଇଥିଲା ।





