ତାରା ତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳ ବାର ଯାତ୍ରା: ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମାଆ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ମାତାରା ତାରିଣୀ ଙ୍କ ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳ ବାର ଯାତ୍ରା | ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ | ଗଞ୍ଜାମ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଏହି ପୀଠକୁ ଆସି ଥାନ୍ତି | ରାତ୍ର ଏକ ଘଣ୍ଟ ଠାରୁ ଯାତ୍ରୀ ମାନେ ସେମାନଙ୍କ ପ୍ରଥମ କିମ୍ବା ଦୁତୀୟ ସନ୍ତାନ ର ଚୁଟି ମୁଣ୍ଡନ ପାଇଁ ଆସି ଧାଡିରେ ଠିଆ ହୋଇ ଥାନ୍ତି | ଚୁଟି ମୁଣ୍ଡନ ଓ ପିଲାର ସ୍ନାନ ପରେପାହାଡ଼ ଉପର କୁ ସିଡ଼ି, ଉର୍ଧ୍ଵଗାମୀ ରୋପୱେ ଓ ବସ ରେ ଯାଇଥାନ୍ତି |

ରାତ୍ର ଏକ ଘଣ୍ଟ ଠାରୁ ମାଆଙ୍କର ନୀତି ନିୟମ ହୋଇପ୍ରାତ ତିନିଘଣ୍ଟ ସମୟ ରେ ମହାଲକ୍ଷ୍ମୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମା | ମାଆଙ୍କ ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ଼ ଲାଗିଥିଲା | ପ୍ରବଳ ଖରା ସତ୍ୱେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ମାଆଙ୍କର ଆଶୀର୍ବାଦ ଲାଭ କରିଥିଲେ | କିଛି ଯାତ୍ରୀ ରୋଷେଇ ଵାସ କରି ଥିବା ବେଳେ ଆଉକିଛି ପ୍ରଶାସନ ତରଫରୁବ୍ୟବସ୍ତା ହୋଇଥିବା ମାଗଣା ଅନ୍ନ ପ୍ରସାଦ ଖାଇ ଘରକୁ ଫେରିଥିଲେ | ସେଥିପାଇଁ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ଲାଇନ ବିଭାଗର ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ସକାଳୁ ଆସି ମାଆଙ୍କ ଦର୍ଶନ କରିଥିଲେ |

ଗଞ୍ଜାମ ଏସପିଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶ ରେ ଅତିରିକ୍ତ ଏସପି, ପ୍ରଶାନ୍ତ କୁମାର ଦାଶ ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷବରାଳ ,ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାରବେହେରା ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ , ସେମାନଙ୍କ ଷ୍ଟାଫ, ପୁରୁଷୋତ୍ତମପୁର ବ୍ଳକ ବିଡ଼ିଓଶରତ କୁମାର ପାତ୍ର, ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ନୁଆଁ ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ, ପୂର୍ବତନ ଜିପିଓ ମିନକେତନ ବେହେରା, ସବୁ ପିଇଓ,ଓ ତାଙ୍କ ସଭାପତି ମନୋଜ ସାହୁ, ଏଡିଈଓ, ଓଷ୍ଟାଫ ଏସ୍ଡ଼ିପିଓସୁଜିତ କୁମାର ନାୟକ, ଆଇ ଆଇସି, କୁଳମଣୀ ସେଠି, ପୁରୁଷୋତ୍ତମପୁର ଫାୟାର ବିଭାଗ ଓ ଷ୍ଟାଫ, ମୁଖ୍ୟ ସେବାୟତ ବାପୁଜୀ ରଣା ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ସନାତନ ରଣା ଧ୍ରୁବ ଚରଣ ରଣା, ଜଗନ୍ନାଥ ରଣା ଜନାର୍ଦନ ରଣା ଙ୍କ ସହିତ ସମସ୍ତ ସେବାୟତ ବୃନ୍ଦ,ମନ୍ଦିର ପୂର୍ତ୍ତ ବିଭାଗ ଏସଡ଼ିଓ ସୁରଶ କୁମାର ମିଶ୍ର, ରାଇପୁର ସରପଞ୍ଚ ନମିତା ବେହେରା, ତାଙ୍କ ପ୍ରତିନିଧି ବିଚିତ୍ର କୁମାର ବେହେରା, ପଞ୍ଚାୟତ ପିଇଓ, ଜିଆର ଏସ ରବୀନ୍ଦ୍ର ପଣ୍ଡା, ପଞ୍ଚାୟତ ଷ୍ଟାଫ, କିଛି ବାହାର ଓ ଜିଲ୍ଳାର ସ୍ବେଛାସେବୀ ସଂଘଟନ ସବୁ ବିଭାଗ ର ଅଧିକାରୀ ପୁରୁଷୋତ୍ତମପୁର ପୋଲିସ ଷ୍ଟାଫ ଙ୍କ ସହିତ ୧୩, ପ୍ଲାଟୁନ ପୋଲିସ ଫୋର୍ସ, ଦୁଇଜଣ ଅତିରିକ୍ତ ଏସପି, ଚାରି ଜଣ ଏ ଏସ ପି , ୪୧ ଜଣ ଏସ ଆଇ, ଓ ୨୫୦ ଜଣହୋମ ଗାର୍ଡ ଡିୟୁଟି କରି ଯେପରି କି କୌଣସି ସ୍ଥାନରେ କିଛିବି ଅଘଟଣନ ହୁଏ ସେଥି ପାଇଁ ସଜାଗ ରହିଥାନ୍ତି |

ତେବେ କିଛି ହଜିଯାଇଥିବା ଛୋଟ ଛୁଆଙ୍କୁ କିଛି ସଂଘଠନ ଆଣି ଗେଟ ପାଖ ପୋଲିସ କେମ୍ପ ରେ ଦେଇଥିଲେ ଓ ଏସଡ଼ି ପିଓ ଙ୍କ ଘନ ଘନ ପ୍ରଚାର ପରେ ବହୁ ସମୟ ପରେ ସେମାନଙ୍କ ଆତ୍ମୀୟ ଙ୍କୁ ସେହି ଝିଅ ମାଧୁରୀକୁ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଥିଲା | ଏହି ମହତ ପଣିଆକୁ ସେହି ସଂଘଟନ କୁ ଏସଡ଼ି ପିଓ ସାଧୁବାଦ ଜଣାଇ ଛନ୍ତି | ତେବେ ସମସ୍ତଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହିତ ସରିଛି ମାଆଙ୍କ ଏହି ତୃତୀୟ ପାଳି ଚୈତ୍ର ଯାତ୍ରା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.