ଫକୀରମୋହନ କଲେଜରେ ରାଜ୍ୟସ୍ତରୀୟ ପ୍ରାଣୀବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରାଣୀବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ସୁଶୀଲ କୁମାର ଦତ୍ତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ବିଶେଷ ଓ ନୂତନ ଉଭୟଙ୍କର ଓ ସରୀସୃପ ଉପରେ ଏକ ରୋଚକ ତଥ୍ୟାବଳୀ ଉପସ୍ଥାପନ କରିଥିଲେ।ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଅନିରୁଦ୍ଧ ଵେହେରା ଆଲୋଚନା ଚକ୍ର ଉଦ୍ଘାଟନ କରିଥିଲେ ଓ ବିଭାଗର ମୁଖ୍ୟ ଫିରୋଜ କୁମାର ପାଢ଼ୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଦିଲ୍ଲୀପ କୁମାର ବେଜ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଶ୍ରୀ ସୌମ୍ୟରଞ୍ଜନ ସିଂ ଓ ଶ୍ରୀମତୀ ଡକ୍ଟର ଜଷ୍ମିନ ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଡକ୍ଟର ଦତ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ କୁମାରୀ ଶର୍ମିଷ୍ଠା ଲେଙ୍କା ଓଡ଼ିଆ ପକ୍ଷ ଉପଲକ୍ଷେ ଏକ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.