ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନହଟ ପରିସରରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ଦ୍ବାରା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇଥିଲେ। ଏ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ବାଲେଶ୍ଵର ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ। ଏଥିରେ ସମ୍ମାନିତ ଅତିଥି ଭାବରେ ସଦର ବ୍ଲକ ଶିକ୍ଷା ଅଧିକାରୀ ଯଜ୍ଞେଶ୍ଵର ଜେନା ଯୋଗ ଦେଇଥିବା ବେଳେ ଏସଏମସିର ଅଧ୍ୟକ୍ଷ ଲକ୍ଷ୍ମୀଧର ସ୍ଵାଇଁଙ୍କ ସମେତ ଏସଏମସିର ସମସ୍ତ ସଭ୍ୟ,ସଭ୍ୟା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମତି ମଣ୍ଡଳ, ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରଥମେ ଜିଲ୍ଲାପାଳ ପୂଜା ଓ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଯଜ୍ଞ କାର୍ଯ୍ୟ ପରେ ଜିଲ୍ଲାପାଳ ଶିଶୁ ବାଟିକାରେ ପିଲାଙ୍କର ଖଡିଛୁଆଁ କାର୍ଯ୍ୟ ଆରମ୍ଭ କରିଥିଲେ। ଜିଲ୍ଲାପାଳ ନିଜେ ଛୋଟ ଛୋଟ ପିଲାମାନଙ୍କ ହାତ ଧରି ଚକ୍ ଖଡ଼ି ସାହାଯ୍ୟରେ ସ୍ଲେଟରେ ଲେଖା ଶିଖେଇ ଥିଲେ। ତାପରେ ସମସ୍ତ ଷ୍ଟଲ ବୁଲି ଦେଖିଥିଲେ। ତାପରେ ୩୦ ଜଣ ନୂଆ ପିଲାଙ୍କୁ ବ୍ୟାଗ୍ ସହିତ ପଠନ ସାମଗ୍ରୀ ପ୍ରଦାନ କରିଥିଲେ।ପରିଶେଷରେ ସବୁଜ ପତାକା ଦେଖାଇ ଜିଲ୍ଲାର ଶିକ୍ଷା ରଥକୁ ଜିଲ୍ଲାପାଳ ଏବଂ ଜିଲ୍ଲା  ଶିକ୍ଷାଧିକାରୀ ଶୁଭାରମ୍ଭ କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.