୧୩ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଖଡ଼ିଛୁଇଁଲେ ୨୩୭୫
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ଵନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ବିଦ୍ୟାଳୟଭିମୁଖୀ କରିବା ଏବଂ ଶିକ୍ଷା ଅଧିକାର ଆଇନରେ ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟରେ ନାମଲେଖାଇବା ଏବଂ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ,ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦିପ କୁମାର ଘଢେଇ, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୁଷଣ ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନନ୍ଦିକିଶୋର ନାଏକ ପ୍ରମୁଖ ଯୋଗଦେଇ ଯେପରି ସମସ୍ତ ବିଦ୍ୟାଳୟ ମାନଙ୍କରେ କୌଣସି ମଧ୍ୟ୍ୟ ଶିଶୁ ନାମ ଲେଖାଇବାରୁ ବଞ୍ଚିତ ନହେବେ ଏବଂ ଶୂନ୍ୟ ଡ୍ରପଆଉଟ ଉପରେ ଉପସ୍ଥିତ ଅଭିଭାବକ ଓ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। ପ୍ରଥମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳ ଦେବ ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଗୋବର୍ଦ୍ଧନପୁର କ୍ଲଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା ପରିଚାଳନା କରିଥିଲେ। ପରେ ନୂତନ ଭାବେ ବାଲ ବାଟିକା ନାମ ଲେଖାଇ ଥିବା କୁନିକୁନି ଛାତ୍ରଛାତ୍ରୀଙ୍କୁ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶ୍ଵନାଥପୁର କ୍ଲଷ୍ଟର ସଂଯୋଜକ ଦୁଃଖିଶ୍ୟାମ ବାରିକ,ଚମ୍ପାଦେଇପୁର କ୍ଳଷ୍ଟର ସଂଯୋଜକ ସୈାଭାଗ୍ୟ ରଞ୍ଜନ ସାହୁଙ୍କ ସମେତ ସମସ୍ତ ସଂଯୋଜକ ଓ ଶିକ୍ଷକ,ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ପରୀପ୍ରେକ୍ଷୀରେ ବ୍ଲକର ସମସ୍ତ ଗ୍ରାମରେ ଶିକ୍ଷାର ପ୍ରଚାର ପ୍ରସାର ସହ ପିଲାମାନଙ୍କୁ ବିଦ୍ୟାଳୟଭିମୁଖୀ କରିବା ପାଇଁ ଏକ ଶିକ୍ଷା ସଚେତନତା ରଥ ବୁଲିଥିଲା।





