ସ୍ୱର୍ଗତ ଜୟନ୍ତୀ ନନ୍ଦଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଜୟନ୍ତୀ ନନ୍ଦ ଗତ ୨୨/୫ ରବିବାର ରେ ନର୍ଲା ରୋଡ କିନ୍ନରଙ୍କ ମା ବହୁଚାରା ପୂଜା ଭସାଣୀ ଉତ୍ସବ ଦେଖୁଥିବା ସମୟରେ ଦେହରେ ନିଆଁ ଲାଗି ପୋଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ରାଉରକେଲା ଡାକ୍ତରଖାନା କୁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ଗଙ୍ଗା ପ୍ରସାଦ ସେବନ କାର୍ଯ୍ଯକ୍ରମ ରହିଥିଲା। ଇତ୍ୟବସରରେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସର୍ଗିଗୁଡା ବ୍ରାହ୍ମଣ ସମାଜ ର ସଭାପତି କୁମୁଦ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ଯୁବ ନେତୃତ୍ଵ ପ୍ରଦୀପ କୁମାର ନାଏକ, ଶିକ୍ଷକ ବଦ୍ରୀପ୍ରସାଦ ନାଗ, ଶିଶିର ବେହେରା, ଉଗ୍ରସେନ ଗୌଡ, କିଶୋର କୁମାର ନାଏକ, ବୁଲୁ ମିଶ୍ର, ଶିବଦତ୍ତ ମିଶ୍ର,ଅଜୟ ନନ୍ଦ, ସତ୍ୟ ନାରାୟଣ ମହାପାତ୍ର, ସନ୍ଦୀପ କୁମାର ସାମନ୍ତରାୟ, ହୃଷୀକେଶ ଭୋଇ, ମହିଳା ସଭାନେତ୍ରୀ ବିନ୍ଦୁଲତା ସାମଲ, ମିନୁ ସାହୁ, ସରିତା ଦାସଙ୍କ ସମେତ ଶତାଧିକ ମହିଳା ପୁରୁଷ ଏହି ସଭାରେ ସାମିଲ ହୋଇଥିଲେ। ସ୍ୱର୍ଗତ ନନ୍ଦଙ୍କ ସ୍ୱାମୀ ଅଭୟ ନନ୍ଦ, ଏକମାତ୍ର ପୁଅ ବାଦଲ ନନ୍ଦ, ଝିଅ ବର୍ଷାରାଣୀ ନନ୍ଦ ପ୍ରଥମେ ସ୍ୱର୍ଗତ ନନ୍ଦଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ପୁଷ୍ପାଞ୍ଜଳି ଦେବାପରେ ଉପସ୍ଥିତ ଜନ ସଧାରଣ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସର୍ଗିଗୁଡା ବ୍ରାହ୍ମଣ ସମାଜ ର ସମ୍ପାଦକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ସଭାରେ ଵିଶିଷ୍ଟ ବ୍ୟକ୍ତି ମାନେ ତାଙ୍କର ସ୍ମୃତି ଚାରଣ କରିଥିଲେ। ଶୋକାକୁଳ ପରିବେଶରେ ସଭାମଞ୍ଚ ଚାଲିଥିଲା। ଶେଷରେ ଶାନ୍ତିପାଠ କରାଯାଇ କାର୍ଯ୍ଯକ୍ରମ ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.