ଟିଟିଲାଗଡ଼ ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା / ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସଇଁତଲା ବ୍ଲକ ଅଞ୍ଚଳରେ ରବିବାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ଗଣ୍ଡପତ୍ରାପାଲି ପଞ୍ଚାୟତ ଭତାସର ଶିବ ମନ୍ଦିର, ଏକେନଡୁଙ୍ଗୁରି ପାହାଡ, ଧରପଗଡ଼ ପଞ୍ଚାୟତ ପେଣ୍ଡରାମାଲ, ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଦୁକାଲଘାଟ ଠାରେ ନାମଯଜ୍ଞ ମଣ୍ଡପ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ | ସେହିପରି କରମତଲା ପଞ୍ଚାୟତ ଭୁଏରପଡା ଠାରେ ଲଷ୍ମୀ ମଣ୍ଡପ, ଟିକ୍ରାପଡା ପଞ୍ଚାୟତ ଟିକ୍ରାପଡ଼ା ଠାରେ ବଡ଼କଟା ବନ୍ଧ (ପୋଖରୀ)ର ଉନ୍ନତି କରଣ ପାଇଁ ମଧ୍ୟ ବିଧାୟକଙ୍କ ଦ୍ୱାରା ପୂଜାର୍ଚ୍ଚନା ସହ ଶୁଭାରମ୍ଭ କରାଯାଇଥିଲା | ବିଧାୟକଙ୍କ ପ୍ରଚେଷ୍ଟାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ସାଧାରଣରେ ଆନନ୍ଦ ପ୍ରକାଶ ସହ ସ୍ୱାଗତ କରାଯାଇଛି | ବିଧାୟକଙ୍କ ପ୍ରତିନିଧି ବିମଲ ଶର୍ମା, ବିଜେପି ନେତା ସର୍ବେଶ୍ୱର ମହାପାତ୍ର, ପ୍ରେମାନନ୍ଦ ସ୍ୱାଇଁ, ଡୋଳାମଣି ବସ୍ତିଆ ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.