ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କୁ ଭେଟି ଆଲୋଚନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ. ରାମପୁର ଠାରେ ଏଡିଜେ କୋର୍ଟ ପାଇଁ ଓକିଲ ସଂଘର ଦାବୀ କରିବା ସହିତ ନବ ନିଯୁକ୍ତ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କୁ ଭେଟି ଆଲୋଚନା କରିଥିବା ଜଣା ଯାଇଛି | ମ.ରାମପୁର ଓକିଲ ସଂଘର ସଭାପତି ଜୟ କୁମାର ସିଂହ ଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାବାନୀପାଟଣା ଯାଇ ନବ ନିଯୁକ୍ତ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ତଥା ଧର୍ମଗଡ଼ ଵିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ ଏହି ନୂତନ ଦାୟିତ୍ୱ ପାଇଁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏଡିଜେ କୋର୍ଟ ସ୍ଥାପନା ନେଇ ଆଲୋଚନା କରିଥିଲେ | ଅଧକ୍ଷ ଶ୍ରୀ ପାଟ୍ଟଯୋଶୀ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆଲୋଚନା କରି ଆଗାମୀ ଦିନରେ ଏ ଦିଗରେ ନିଶ୍ଚିତ ଯତ୍ନବାନ ହେବି ବୋଲି ପ୍ରତିଶ୍ରୁତି ଦେଇଥିଲେ | ଏହି ସାକ୍ଷତ ସମୟରେ ଓକିଲ ସଂଘର ସମ୍ପାଦକ ସପନ କୁମାର ପଟ୍ଟନାୟକ, ଉପସଭାପତି ଯତୀନ କୁମାର ସାହୁ ,ଯୁଗ୍ମ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର, ସହ ସମ୍ପାଦକ ପ୍ରଦୀପ କୁମାର ପ୍ରହରାଜ, କୋଷଧକ୍ଷ୍ ଆଶିଷ କୁମାର ମିଶ୍ର, ଆଇନଜୀବୀ ବିଶ୍ୱମ୍ବର ରଣା, ବିଶ୍ୱଜିତ ଚଟର୍ଜି, ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ |





