ଆସୁଛି ‘ପୂରା ଉଆଁସ’ ବଜାରରେ ଏବେ ହାତୀ, ଘୋଡ଼ାର ପସରା

ଜାଣନ୍ତୁ, ପଶ୍ଚିମ ଓଡିଶା ମାଟିର ନିଜସ୍ବ ପର୍ବ ‘ପୂରା ଉଆଁସ’ ସଂପର୍କରେ

ସୋନପୁର,୨୯/୮ : ଆସନ୍ତା ଶୁକ୍ରବାର ସପ୍ତପୂରୀ ଅମାବାସ୍ୟା । ପଶ୍ଚିମ ଓଡିଶାର ଗାଁ ଗାଁରେ ପାଳିତ ହେବ ପାରମ୍ପାରିକ ‘ପୂରା ଉଆଁସ’ ପର୍ବ । ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ସୋନପୁର ମଝିପଡା, ଦୈନିକ ପରିବା ବଜାର ସମେତ ସ୍ଥାନୀୟ ମହାରଣାପଡା ଛକ ଓ ବିଭିନ୍ନ ସ୍ଥାନରେ ବାଉଁଶ ତିଆରି ଟୋକେଇ ଓ ଛୋଟ କୁଲା ତଥା କାଠ ଓ ମାଟି ତିଆରି ଘୋଡା, ହାତୀ, ବଳଦ ଓ ହନୁମାନ ଆଦିର ପସରା ଜମିବା ଲକ୍ଷ୍ୟ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ସୋନପୁର ମହାରଣାପଡା ଛକ ଠାରେ କାଠଘୋଡା ଗୋଟିକୁ ୧୫୦ରୁ ୪୦୦ ଟଙ୍କା ଯାଏ ଦରରେ ବିକ୍ରି ହୋଇଥିବାବେଳେ ମଝିପଡା ଚାଘିଁରି ଦୈନିକ ପରିବା ବଜାର ଠାରେ ଗୋଟିକୁ ୫୦, କୁଲେଇ ୧୦୦, ମାଟିର ହନୁମାନ ୩୦, କୁଁଢିକାଁଚି ସେଟ୍ ୩୦, ଚଣା ପ୍ୟାକେଟ (ବଟର୍ଲା, ତିଆସି, ହୁରମ, ଲାଲ ତିଆସି, ଧଳା ତିଆସି ଆଦି) ୧୦ ଟଙ୍କା ଦରରେ ବିକ୍ରି ହୋଇଥିବା ଜଣାଯାଇଛି । ବଜାରକୁ ନେଇ ବିକ୍ରି କଲେ ଗୋଟିକୁ ୫୦ରୁ ୧୦୦ଯାଏ ଲାଭାଂଶ ମିଳିପାରୁଛି ବୋଲି କହନ୍ତି କରିଗର ମାନେ ।

Udyog Nursery
Udyogi Nursery

 

କିଛିକାଂଶରେ ଘରକରଣା କଳା ଶିକ୍ଷା ସହ ଜଡିତ ଏହି ପର୍ବ ପାଳନ ଅବସରରେ ଛୋଟ ଛୋଟ ବାଳିକାମାନେ ଗାଁ ଦାଣ୍ଡରେ ଅସ୍ଥାୟୀ ମାଟି ଘର ତିଆରି ପୂର୍ବକ ଟୋକେଇ, କୁଲା ଓ ମାଟିର କୁଢିଁକାଁଚି ଆଦି ସାମଗ୍ରୀ ନେଇ ରନ୍ଧାବଢାର ଖେଳ ଖେଳିଥାନ୍ତି ଓ ଛୋଟଛୋଟ ବାଳକମାନେ କାଠ ତଥା ମାଟି ତିଆରି ଚକଲଗା ଘୋଡା, ହାତୀ, ହନୁମାନ ଓ ବଳଦକୁ ଫୁଲମାଳରେ ସଜ୍ଜିତ କରି ଗାଁଦାଣ୍ଡରେ ଟାଣିଥାନ୍ତି । ଏହି ଅବସରରେ ବାଳିକାମାନେ ଉକ୍ତ ଘୋଡା,ବଳଦମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ବାଳକମାନଙ୍କୁ ରାଶିଲଡୁ, ଲିଆଲଡୁ, ହୁର୍ମ ଲଡୁ ତଥା ଖୁଡିଆ, ତିଆସି, ବଟର୍ଲା, କାନ୍ଦୁଳ ଓ ମୁଗ୍ଫଲି ଆଦି ବିଭିନ୍ନ ଭଜାଚଣା ଖାଇବାକୁ ମଧ୍ୟ ଦେଇଥାନ୍ତି । ଏହି ଅବସରରେ ବାଳକବାଳିକାମାନେ ଗାଁ ପାଖ ପଡିଆକୁ ଯାଇ ବହୁଡୁଡୁ ଓ ଛିଲୋଲାଇ ଆଦି ପରମ୍ପରା ଅନୁକ୍ରମର ଗ୍ରାମୀଣ ଖେଳର ମଜା ନେଇଥାନ୍ତି ।

 

ଉପସ୍ଥାପନା :

ସୁଶାନ୍ତ କୁମାର ସାହୁ

ଜିଲ୍ଲା ପ୍ରତିନିଧି ସୁବର୍ଣ୍ଣପୁର
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.