ରାୟଗଡ,୩୦/୮ : ଭାରତୀୟ ମଜଦୁର ସଂଘ (ବିଏମଏସ) ପକ୍ଷରୁ ଗତ ଦୁଇ ଦିନ ଧରି ରାୟଗଡ ଜିଲ୍ଳାରେ ରାଷ୍ଟ୍ରିୟ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଏମଏସ’ର ରାଜ୍ୟ ସଂପାଦକ ତଥା ଜିଲ୍ଳା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଳାର ସମସ୍ତ ବ୍ଳକରେ ବୃକ୍ଷରୋପଣ କରାଯାଇଥିଲା । ସେହିପରି ରାୟଗଡ ସହରର ଗାୟତ୍ରୀ ନଗର ଠାରେ ଥିବା ପ୍ରେମ ପାହାଡ ଏବଂ କତୁରୁ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟ ସ୍ୱର୍ଗଦାର ରାସ୍ତାରେ ବୃକ୍ଷରୋପଣ କରାଯାଇଥିଲା ।
ଉକ୍ତ ଦିବସକୁ ଏକ ସାର୍ବଜନନୀ ପର୍ବ ଭାବରେ ପାଳନ କରିବା ଓ ପରିବେଶ ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରିବା ବିଏସଏସର ଏକ ମାତ୍ର ଲକ୍ଷ୍ୟ ରହିଥିବା ବେଳେ ପରିବେଶ ସଂରକ୍ଷଣ ନିମିତ ସମସ୍ତ ସହଯୋଗ ଆବଶ୍ୟକତା ରହିଛି ବୋଲି ଉପସ୍ଥିତ କର୍ମକର୍ତାମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, ପ୍ରଳୟ ସାହୁ, ରବି ନାରାୟଣ ଗୈାଡ,ବକେ.କେ.ଜେନା,ଲପି.ମୀନାକ୍ଷୀ ଦୋରା, ରାଜେଶ୍ୱରୀ ରଣସିଂ, ଗିତା ହୁଇକା, ସସ୍ମିତା ବାଗ, ସତ୍ୟନାରାୟଣ ସାହୁ, ବିଜୟ ଲକ୍ଷ୍ମୀ ବିଶୋଇ, ସୁନିତା ସାମଲ ଉପସ୍ଥିତ ରହି କାର୍ଯ୍ୟ ସଂପାଦନା କରିଥିଲେ । ଶେଷରେ ସଂଘର କୋଷାଧ୍ୟକ୍ଷ ଶ୍ରୀମତି ଉଷାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇