ସୁନୀଲ କୁମାର ଧଙ୍ଗଡାମାଝୀ
Editor odiabarta.in
ଚିରା ଅଡା ଦୁଇ କୁଡି ପାଏନ୍ ଆନବା ନାଇଁ
ପୋ ଆମର ଯାଇଚେ ଦେଶ୍ ଟଙ୍ଗା ପଠାବା ନାଇଁ ।
ମାଁକେ ତାର୍ ଆନୁଚେ ଜର୍, ସାନ୍ ଟୁକେଲର୍ ପଢା ଚିନ୍ତା
ଲଗାଲା ତଲି ଝଝ୍ ମରେଇ ଗଲା କର୍ମା ଏବେ କେନ୍ତା ।
ଆଏବା ସାଲେ ପିଲାର୍ ବିହା ଫଟା କଉଡି ନାଇଁ
ବୁହାସେନ୍ ଲାଗି ନୂଆଖିଆ ଜୁଗାର୍ କେନ୍ତା କର୍ସିଁ ମୁଇଁ ।
ଭୋଦୋ ମାସେ କୋଦୋ ନାଇଁ ଘର୍ ଭାଙ୍ଗି ଭରଭଙ୍ଗା
ଶାଶ୍ ବୁଢି ମଲା ଶଲା କହୁଚେ ଅସ୍ତିକେ ନେମାଁ ଗଙ୍ଗା ।
ଗାଏ ପଟେ ଥିଲା ଦୁଧବତୀ ଆମର୍ ତାକେ ଚେପାଲା ରେଲ୍ ଗାଡି
ନୂଆଖାଇ ଯେତେ ପାଖେଇ ଆସେ ଚିନ୍ତା ଅଉଚେ ମାଡି ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta






