ୱାର୍ଡ ନମ୍ବର-୧୮ରେ ବନ୍ଦ ଥିବା ମଦ ଦୋକାନକୁ ଖୋଲିବା ପ୍ରସଙ୍ଗ

ସରକାରଙ୍କୁ ରାଜସ୍ୱ ନା’ ଆଉ କାହା ସ୍ୱାର୍ଥରେ ମଦ ଦୋକାନ ଖୋଲିବା ପାଇଁ ତତ୍ପରତା ଦେଖାଉଛି ଅବକାରୀ ବିଭାଗ

Omkar Vasthu
Omkar Vasthu

ରାୟଗଡ,୩୦/୮ : ରାଜ୍ୟ ରାଜକୋଷ ବୃଦ୍ଧି କରିବାରେ ଅବକାରୀ ବିଭାଗର ବଡ ସମର୍ଥନ ରହିଛି । ତେବେ ଏହି ରାଜକୋଷକୁ ରାଜସ୍ୱ ପ୍ରଦାନ ନାଁରେ ବନ୍ଦ ହୋଇ ଯାଇଥିବା ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ପୁଣି ଥରେ ଖୋଲିବା ପାଇଁ ରାୟଗଡ ଜିଲ୍ଳା ଅବକାରୀ ବିଭାଗ ତତ୍ପରତା ଦେଖାଉ ଥିବା ବେଳେ ସ୍ଥାନୀୟ ଅଂଚଳବାସୀ ଏହାକୁ ବିରୋଧ କରୁଥିବାରୁ ଏବେ ଅବକାରୀ ବିଭାଗ ଓ ଅଂଚଳବାସୀଙ୍କୁ ନେଇ ଛକାପଂଜା ଲାଗି ରହିଥିବା ଦେଖିବାକୁ ମିଳିଛି । ରାୟଗଡ ପୈାର ପରିଷଦ ଅଧୀନରେ ଥିବା ୱାର୍ଡ ନମ୍ବର-୧୮ରେ ଗତ ୨୦୧୭ ମସିହା ଏପ୍ରିଲ ୧ତାରିଖରୁ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଠିପି ବନ୍ଦ ମଦ ଦୋକାନ ବନ୍ଦ ହୋଇଯାଇଥିଲା । ଯାହାକୁ ପୁଣି ଥରେ ଖୋଲିବା ପାଇଁ ସରକାରଙ୍କ ଅବକାରୀ ବିଭାଗ ସ୍ଥାନୀୟ ବିଭାଗ ଅଧିକାରୀଙ୍କୁ ନିୟମାନୁସାରେ ସମସ୍ତ ପ୍ରକ୍ରି୍ରୟାକରଣ ଜରିଆରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁଇ ବର୍ଷ ମଧ୍ୟରେ ଉକ୍ତ ଦୋକାନ ଖୋଲିବା ପାଇଁ ପାଖାପାଖି ୬ଥର ଲଟେରୀ ପାଇଁ ବିଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହାକୁ ଖୋଲା ଯାଇପାରୁ ନ ଥିଲା । ତେବେ ରାଜସ୍ୱ ଆଦାୟକୁ ଦୃଷ୍ଟିରେ ରଖି ରାଜ୍ୟ ଅବକାରୀ ଆୟୁକ୍ତଙ୍କ ନିର୍ଦ୍ଦେଶ ପ୍ରକାରେ ପୁଣି ଥରେ ଲୋକଙ୍କ ମତାମତ ନେଇ ଦୋକାନ ଖୋଲିବା ପାଇଁ ତଥା କେଉଁ କାରଣରୁ ଏଠାରେ ଦୋକାନ ଖୋଲାଯାଇ ପାରୁ ନାହିଁ ବୋଲି ଉତର ରଖିବାକୁ କୁହାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ଗତ ୪ମାସ ତଳେ ଡେପୁଟି ସୁପରିଟେଣ୍ଡଂଡ ପଦୀପ କୁମାର ପଣ୍ଡା ଓ ଅନ୍ୟ ଅବକାରୀ ଅଧିକାରୀମାନେ ୱାର୍ଡ ନମ୍ବର ୧୮କୁ ଯାଇ ଦୋକାନ ଖୋଲିବାରେ ସ୍ଥାନୀୟ ଲୋକଙ୍କ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ଏବଂ ଦୋକାନ ଖୋଲିବା ଦ୍ୱାରା ନିକଟରେ ଥିବା ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଏହି ରାସ୍ତା ଦେଇ ପ୍ରତିଦିନ ଯାଉଥିବା ଛାତ୍ରଛାତ୍ରୀ, ମହିଳାମାନଙ୍କ ଉପରେ ମଦ୍ୟପମାନଙ୍କ ଦ୍ୱାରା କୁପ୍ରଭାବ ପଡିବ ବୋଲି ଜାଣିବାକୁ ପାଇ ଜିଲ୍ଳା ଅବକାରୀ ଅଧୀକ୍ଷକଙ୍କୁ ରିପୋର୍ଟ ଦେଇଥିଲେ । ସେହିପରି ଅବକାରୀ ଅଧୀକ୍ଷକ ଉକ୍ତ ରିପୋର୍ଟକୁ ଜିଲ୍ଳାପାଳଙ୍କୁ ପ୍ରଦାନ କରିଥିବା ବେଳେ ଜିଲ୍ଳାପାଳ ରିପୋର୍ଟକୁ ରାଜ୍ୟ ଅବକାରୀ ବିଭାଗକୁ ପ୍ରେରଣ କରିଥିବା ଜଣାପଡିଛି । ତେବେ ମିଳିଥିବା ସୂଚନା ପ୍ରକାରେ ଏହି ୱାର୍ଡରେ ପୂର୍ବରୁ ୩ଟି ଠିପି ବନ୍ଦ ମଦ ଦୋକାନ ରହିଛି । ଏହି ମଦଦୋକାନଗୁଡିକ ଯୋଗୁଁ ବର୍ତମାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ବେଳେ ପୁଣି ଥରେ ବନ୍ଦ ଥିବା ମଦ ଦୋକାନକୁ ଖୋଲାଗଲେ ଏହି ସମସ୍ୟା ଦ୍ୱିଗୁଣିତ ହେବ ବୋଲି ସ୍ଥାନୀୟ ୱାର୍ଡବାସିନ୍ଦାମାନେ ପ୍ରକାଶ କରିଛନ୍ତି । ତେବେ ପୁଣିଥରେ ବନ୍ଦ ଥିବା ମଦ ଦୋକାନକୁ ଖୋଲିବା ପାଇଁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୧୦୨୬/୨୦/୦୮/୧୯ରେ ଲଟେରୀ ପାଇଁ ଏକ ବିଜ୍ଞାପ୍ତି ପ୍ରକାଶ ପାଇଥିଲା । ଏଥିରେ ଅଗଷ୍ଟ ୨୮ତାରିଖ ସୁଦ୍ଧା ଆବେଦନ ଓ ୩୦ତାରିଖରେ ଲଟେରୀ କୁପନ ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଯାହାକୁ ନେଇ ଗତ ୨୭ତାରିଖରେ ସ୍ଥାନୀୟ ଅଂଚଳବାସୀ ଜିଲ୍ଳାପାଳଙ୍କୁ ଭେଟି ଏହି ମଦ ଦୋକାନ ନ ଖୋଲିବା ପାଇଁ ଗୁହାରୀ କରି ଲିଖିତ ଅଭିଯୋଗ କରିଥିବା ବେଳେ ଶୁକ୍ରବାର ଅଗଷ୍ଟ ୩୦ତାରିଖରେ ଲଟେରୀ କୁପନ ଖୋଲିବା ଧାର୍ଯ୍ୟ ଦିନ ଥିବାରୁ ଜିଲ୍ଳା ଅବକାରୀ ଅଧୀକ୍ଷକଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ।

କିନ୍ତୁ ସ୍ଥାନୀୟ ଲୋକଙ୍କ ଜୋର ବିରୋଧ ଯୋଗୁଁ ଲଟେରୀ ଖୋଲିବା ବନ୍ଦ କରି ଦିଆଯାଇଥିବା ବେଳେ ସରକାର ରାଜସ୍ୱ ଚାହାନ୍ତି ତେଣୁ ତାଙ୍କ ନିର୍ଦ୍ଦେଶ ପ୍ରକାରେ ବିଭାଗ ପକ୍ଷରୁ ଲଟେରୀ ମାଧ୍ୟମରେ ଦୋକାନ ଖୋଲାଯିବା ପାଇଁ ପ୍ରକ୍ରିୟା କରାଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ଆପତି ଅଭିଯୋଗକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି ଆଗାମୀ ପଦକ୍ଷେପ ଜିଲ୍ଳାପାଳଙ୍କ ଆଦେଶ ପ୍ରକାରେ ଗ୍ରହଣ କରାଯିବ ବୋଲି ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ରାୟଗଡ ସହରରେ ବର୍ତମାନ ୧୪ଟି ଠିପି ବନ୍ଦ ଓ ୨ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଥିବା ବେଳେ ଜନସଂଖ୍ୟା ଦୃଷ୍ଟିରୁ ଏହା ଅଧିକା ରହିଥିଲେ ମଧ୍ୟ ବନ୍ଦ ଥିବା ମଦଦୋକାନକୁ ଖୋଲିବା ପାଇଁ ଅବକାରୀ ବିଭାଗ ଲାଗିପଡିଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଅବକାରୀ ରାଜସ୍ୱ ଆଶାରେ ଶାନ୍ତିପୂର୍ଣ୍ଣ ଅଂଚଳରେ ମଦ ଦୋକାନ ଖୋଲି ଅଂଚଳକୁ ଅଶାନ୍ତି ବାତାବରଣରେ ପରିଣତ କରିବାକୁ ଚାହୁଁଛନ୍ତି ନା’ଆଉ କାହା ସ୍ୱାର୍ଥକୁ ପୂର୍ଣ୍ଣ କରିବାକୁ ଯାଇ ୱାର୍ଡ ନମ୍ବର ୧୮ରେ ବନ୍ଦ ଥିବା ମଦ ଦୋକାନ ଖୋଲିବା ପାଇଁ ତତ୍ପରତା ଦେଖାଉଛନ୍ତି । ତାହା ଆଗାମୀ ଦିନରେ ଜଣାପଡିବ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.