ଡାକ୍ତରଙ୍କ ଅନୁପସ୍ଥିତିରେ ଷ୍ଟାପ ନର୍ସ କରାଇଥିଲେ ପ୍ରସବ
କଳାହାଣ୍ଡି, ୮/୯ (ନବୀନ କିଶୋର ସାହୁ) : ଆଜି କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଏକ ଦୂଃଖଦ ଖବର ଆମର ହସ୍ତଗତ ହୋଇଛି । ଜଣେ ପ୍ରସୂତୀ ମହିଳା ଏକ ସୁସ୍ଥ ଶବଳ ଶିଶୁ କନ୍ୟା ଜନ୍ମଦେବା ସତ୍ବେ ଠିକ ଭାବେ ପ୍ରସବ କରାଇନଥିବା ଏବଂ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଆଜି (ରବିବାର) ସକାଳ ୭ଘଣ୍ଟା ସମୟରେ ସରଗୁଲ ମାଲପଡାର ଲୋପାମୁଦ୍ରା ସାହୁ ନାମକ ଜଣେ ପ୍ରସୂତୀ ମହିଳା କର୍ଲାମୁଣ୍ଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଡାକ୍ତରଖାନାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ପ୍ରସୂତି ଗୃହ ଠାରେ ଷ୍ଟାପ ନର୍ସ ଟଙ୍କଧର ରଣା ପ୍ରସୂତି ମହିଳାଙ୍କୁ ବେଡ ଏଡିମିଟ କରି ଏବେ ହବ, ଆଉ ଘଣ୍ଟାଏ ପରେ ହେବ ବୋଲି କହି ଚାଲିଥିଲେ । ଶେଷରେ ସନ୍ଧ୍ୟା ୫ଘ୪୫ ମିନିଟରେ ଲୋପାମୁଦ୍ରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଉକ୍ତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଖାନାରେ ଡାକ୍ତର ନଥିବାରୁ ତଥା ଷ୍ଟାପ ନର୍ସ ଦ୍ବାରା ଖାମଖିଆଳ ଢଙ୍ଗରେ ପ୍ରସବ କରାଯାଇଥିବାରୁ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି ।
ଏଠାରେ ସୂଚୀତ କରିବାକୁ ଚାହିଁବୁକି କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ଶିଶୁ ଓ ମାତୃ ମୃତ୍ୟୁହାର ବଢିବାରେ ଲାଗିଛି । ଏବିଷୟରେ ସଚେତନ ନାଗରିକ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ପକ୍ଷରୁ ବିଭାଗିୟ କତୃପକ୍ଷଙ୍କୁ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ସାଧାରଣ ଜନତାଙ୍କ ଅଭିଯୋଗ ହେଲା ଏହି ଡାକ୍ତରଖାନାରେ ନିୟୋଜିତ ଡାକ୍ତର ଓ କର୍ମଚାରୀମାନେ ଜାଣିସୁଣି କାର୍ଯ୍ୟରେ ଅବହେଳା ଓ ଚିକିତ୍ସାରେ ପାତରଅନ୍ତର ନିତି ଅବଳମ୍ବନ କରୁଛନ୍ତି, ଯାହାଫଳରେ ଶିଶୁ ଓ ମାତୃହାର ବଢିବାରେ ଲାଗିଛି । ତେଣୁ ଜିଲ୍ଲା ଚିକିତ୍ସା ଅଧିକାରୀ ଏହି ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
Click here to get daily News & Views update 👇
https://bit.ly/OBgroup3
Like us on Facebook👇