କୁମାରୀ କନ୍ୟା ଓ ମହିଳା ମାନଙ୍କ ପବିତ୍ର ଓଷା : ଖୁଦୁରୁକୁଣୀ  

ବଲାଙ୍ଗିର,୯/୯ : ବାର ମାସରେ ତେର ଓଷା ପାଇଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ଏକ ନିଜସ୍ବ ଓଷା ହେଉଛି ଖୁଦୁରୁକୁଣୀ ଓଷା । ମା’ ମଙ୍ଗଳାଙ୍କୁ ସନ୍ତୁଷ୍ଟ କରିବାସହ ଭାଇର ଶୁଭ ମନାସୀ ଓଷା ପାଳନ କରିଥିନ୍ତି ଓଡିଆଣୀ ଝିଅ ବୋହୁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି କ୍ରମରେ କଳା ସଂସ୍କୃତି, ଐତିହ୍ୟ ପରମ୍ପରାରର ସହର ବଲାଙ୍ଗିରର ବିଭିନ୍ନ ସ୍ଥାନରେ ଖୁଦୁରୁକୁଣୀ ଓଷା ପ୍ରବଳ ଉତ୍ସାହ ଉଦ୍ଦିପନା ସହ ପାଳିତ ହୋଇଥିଲା । ସହରର ହାଟପଦା ପଡା ପୂଜା ମଣ୍ଡପରେ ମାସର ପ୍ରତ୍ୟେକ ରବିବାର ଦିନ ପୂଜା ପାଇ ଆସୁଥିଲେ ମା’ ଖୁଦୁରୁକୁଣୀ ।

Udyog Nursery
Udyogi Nursery

ଗତକାଲି ଶେଷ ପାଳି ଥିବାରୁ ଏହି ପୂଜା ମଣ୍ଡପ ଠାରେ ପ୍ରବଳ ଭିଡ ପରିଳକ୍ଷିତ ହୋଇଥିଲା । ଭଜନ, କୀର୍ତନରେ କମ୍ପି ଉଠୁଥିଲା ପୂଜା ମଣ୍ଡପ । ଓଷାଧାରି ମାନେ ଅତ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହ ପାଳନ କରିଥିଲେ ଏହି ଓଷା । ବାଲ୍ୟ ଭୋଜନର ସୁବ୍ୟବସ୍ଥା ସହ  ପୂଜା ସାଙ୍ଗକରି ନିଜ ନିଜ ଘରକୁ ଆନନ୍ଦ ମନରେ ସମସ୍ତେ  ବାହୁଡ଼ି ଥିଲେ ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.