ରାୟଗଡ,୧୦/୯/ : ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଠାରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପର କମ୍ପାନୀ ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ ଏହର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ଟିକିର ଗ୍ରାମର ରାସ୍ତାକୁ ଆଲୋକିତ କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି । ଅକ୍ଷୟ ଶକ୍ତି ହେଉଛି ଭବିଷ୍ୟତ ଏବଂ ଯଦି ତାହା “ସୋଲାର” ତେବେ ବେଶ ଉତମ, ତେଣୁ ଭବିଷ୍ୟତର ଶକ୍ତି ଉପଯୋଗିତାକୁ ଦୃଷ୍ଟିରେ ରଖି ୟୁଏଆଇଏଲ ତରଫରୁ ୭୫ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଇଛି ଯାହା ଟିକିରି ଗ୍ରାମର ଆଜାଦ ୟୁଥ୍ କ୍ଳବ ଠାରୁ ଟିକିର ହାଟ ପର୍ଯ୍ୟନ୍ତ ଗ୍ରାମକୁ ଆଲୋକ ପ୍ରଦାନ କରିବେ । ଏହି ଆଧୁନିକ ସୋଲାର ଲାଇଟରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ଯାହା ସକାଳ ବେଳା ସୂର୍ଯ୍ୟଙ୍କ ଆଲୋକରେ ଚାର୍ଜ ହେବ ଏବଂ ରାତିରେ ରାସ୍ତାକୁ ଆଲୋକିତ କରିବ ଏବଂ ଏଥିରେ ସ୍ୱଂୟକ୍ରିୟ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି ଯାହା ଦିନ ବେଳାର ଆଲୋକ ସମୟରେ ସ୍ୱିଚ୍ ଅଫ୍ ହୋଇ ଶକ୍ତି ସଂଚୟ କରିବ । ଏହି ଅବସରରେ ‘ଏକ ସଙ୍ଗେ ଆଗକୁ ବଢିବା’ ଦର୍ଶନକୁ ନେଇ ଆମେ ପ୍ରତିବଦ୍ଧ, ଆମେ ଆମର ପାରିପାର୍ଶ୍ବିକ ଅଂଚଳରେ ସିଏସଆର ଅଭିଯାନ ଜରିଆରେ ଜୀବନ ଧାରାଣ ମାନରେ ଉନ୍ନତୀ ଆଣି ସମାଜର ଲୋକମାନଙ୍କ ଏବଂ ଗୋଷ୍ଠୀର ସାମଗ୍ରୀକ ବିକାଶ ପାଇଁ ସର୍ବଦା ଉଦ୍ୟମ କରୁଛୁ ଏବଂ ୟୁଏଆଇଏଲ ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ସହିତ ମିଶି କାମ କରୁଛୁ ବୋଲି ଉତ୍କଳ ଆଲୁମିନାର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ.ନାଗେଶ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଟିକିରି ସହରକୁ ଆଲୋକିତ କରିବା ଲାଗି ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି । ୨୦୧୯ ସେପ୍ୱେମ୍ବର ୯ରେ ଗୋଷ୍ଠୀର ବରିଷ୍ଠ ନେତୃବୃନ୍ଦ ଓ ୟୁଏଆଇଏଲର ବରିଷ୍ଠ ଅଧିକାରୀଙ୍କ ଗହଣରେ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥାର ଉଦଘାଟନ କରାଯାଇଥିଲା । ରାୟଗଡ ନିର୍ବାଚନ ମଣ୍ଡଳିର ବିଧାୟକ ମକରନ୍ଦ ମୁଦୁଲି ଏବଂ ଉତ୍କଲ ଆଲୁମିନାର ସଭାପତି ଓ ୟୁନିଟ ହେଡ୍ ଏନ.ନାଗେଶ ମିଳିତ ଭାବେ ଟିକିରିରେ ସୋଲାର ଷ୍ଟ୍ରିଟ୍ ଲାଇଟକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍କଳର ଯୁଗ୍ମ ସଭାପତି ମଜହର ବେଗ.କାଶିପୁର ବ୍ଳକ ଅଧ୍ୟକ୍ଷ ଶ୍ରୀମତି ରୁଆଇ ମାଝି, ଉପାଧ୍ୟକ୍ଷ ଶଙ୍କର୍ଷଣ ନାୟକ, ତହସିଲଦାର ସୈାଭାଗ୍ୟ ବେହେରା, ଟିକିର ଥାନାଧିକାରୀ ଶ୍ରୀମତି ସୁଜ୍ଞାନୀ ସାହୁ, ଦୋରାଗୁଡା ଥାନାଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା, ଜିଲ୍ଳା ପରିଷଦ ସଭ୍ୟ ନୀଳ ଝୋଡିଆ, ଟିକିରି ସରପଂଚ ଶ୍ରୀମତି କୁମାରୀ ବିଡିକା, ସମିତି ସଭ୍ୟ ମନୋଜ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରାମର ଶତାଧିକ ଲୋକେ ଏହି ଆଲୋକିତ ଉତ୍ସବ କାର୍ଯ୍ୟକୁ ଦେଖିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta