ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଓକିଲ ସଂଘ

ସେପ୍ଟେମ୍ବର ୧୮ ଓ ୧୯ ଦୁଇ ଦିନଧରି ସରକାରୀ କାର୍ଯ୍ୟଳୟ ବନ୍ଦ ଡାକରା

ବଲାଙ୍ଗିର,୧୮/୯ : ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବିରେ ବିଭିନ୍ନ ସଂଘ, ସଂସ୍ଥା, ତଥା ଅନୁଷ୍ଠାନ ତରଫରୁ ଆନ୍ଦୋଳନ ଜୋର ଧରି ଆସୁଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି କିମ୍ବା ଏହି ଦାବି ଉପରେ ସରକାରଙ୍କ ଦୃଷ୍ଟି ପଡିପାରିନାହିଁ । ଦିର୍ଘ ଦିନରୁ ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦାବି ହୋଇ ଆସୁଥିବାବେଳେ ସରକାର ଏହାକୁ ଅଣଦେଖା କରୁଥିବାରୁ ଜନ ଅସନ୍ତୋଷ ତିବ୍ର ରୂପ ଧାରଣ କରିଛି ।  ବଲାଙ୍ଗିର ଓକିଲ ସଂଘ ତରଫରୁ ଅନେକଥର ଆନ୍ଦୋଳନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ ।

ବଲାଙ୍ଗିର ଓକିଲ ସଂଘ ସଭାପତି ପ୍ରମୋଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କୋର୍ଟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ସେପ୍ଟେମ୍ବର ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ସବୁ ସରକାରୀ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ବଲାଙ୍ଗୀର ଓକିଲ ସଂଘ ପୁଣି ପୁନରାବୃତ୍ତି କରି ଆନ୍ଦୋଳନକୁ ଓଲ୍ଲାଇଛି । ଆଜିର ଏହି ବନ୍ଦ ଡାକରାରେ ଜିଲ୍ଲା ର ବିଭିନ୍ନ ସଂଘ,ସଂସ୍ଥା, ଅନୁଷ୍ଠାନ ଓ ସଙ୍ଗଠନ ସାମିଲ ହୋଇ ରାସ୍ତାରେ ରେଲି ସହ ପେକେଟିଂ କରି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ଯଦି ସରକାର ଏହା ପରେ ମଧ୍ୟ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନନିଅନ୍ତି ତେବେ ଆଗାମୀ ଦିନରେ ବିଶାଳ ଆନ୍ଦୋଳନ ହେବ ବୋଲି ମତ ପ୍ରକାଶ ପାଇଛି । 

ବୋଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.