ସଇଁତଲା,୧୮/୯ : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଲଗା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ଗୁଡିକରେ ଗ୍ରାମୀଣ ଆବସ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ କୁମାର ପ୍ରଧାନ ଉଦଘାଟନ କରିଥିବା ବେଳେ ହିତାଧିକାରୀ ମାନଙ୍କୁ ଶୀଘ୍ର ଘର ନିର୍ମାଣ କରିବା ପାଇଁ ପରାମର୍ଶ ଦେବା ସହ ଘର କିପରି ନିର୍ମାଣ କରାଯିବ ତାହା ନକ୍ସା ଅଙ୍କନ କରିଦେଇଥିଲେ । ଓଏଲଏମ ମଧୁସ୍ମିତା ବିଶ୍ଵାଳ, ଗ୍ରାମ ରୋଜଗାର ସେବକ ସୁରେନ୍ଦ୍ର ବାଗ, ଜେଏସ ବସନ୍ତ ବାଗ, ସୁକଦେବ ଦାଶ ଓ ଚମ୍ପୁଲାଲ ସୁନା ସହଯୋଗ କରିଥିଲେ ।
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta