ଭବାନିପାଟଣା ସେବକ ନଗର କଲୋନୀରେ ବିପର୍ଯ୍ୟସ୍ଥ  ପରିମଳ ବ୍ୟବସ୍ଥା, ପୌର ପରିଷଦର ନିଘା ନାହିଁ

କଳାହାଣ୍ଡି,୩୦/୯ : କଳାହାଣ୍ଡି ଜିଲ୍ଲାର ପ୍ରାଣକେନ୍ଦ୍ର ଭବାନୀପାଟଣା ସହରର ଉନ୍ନତି ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହେଉଛି କିନ୍ତୁ ଥମୁନୀ ସହରବାସୀଙ୍କ ବେଦନା । ଭବାନୀପାଟଣା ପୌରାଞ୍ଚଳର ୭ ନମ୍ବର ୱାର୍ଡ ସେବକ ନଗର କଲୋନୀର ସମସ୍ୟା ଆଖିରେ ନଦେଖିଲେ ବିଶ୍ବାସ କରିହେବନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପଡାର ଚାରିପଟେ ଅଳିଆର କୁଢ ଗଦା ହୋଇ ରହିଥିବାବେଳେ ଡ୍ରେନ ସଫା ହେଉନଥିବା ଅଭିଯୋଗ କରନ୍ତି ୱାର୍ଡ ବାସୀ । ଭବାନୀପାଟଣା ପୌର କାର୍ଯ୍ୟାଳୟରୁ ମାତ୍ର ୬୦୦ ମିଟର ଦୂରରେ ଥିବା ଏହି ପଡା ଉପରେ ମୁନସିପାଲଟିର ଶୁଭ ଦୃଷ୍ଟି ପଡିନାହିଁ ।

Udyog Nursery
Udyogi Nursery

ୱାର୍ଡବାସୀଙ୍କ ଅଭିଯୋଗ ମୁତାବକ ୱାର୍ଡବାସୀ ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ପରିମଳ ଆଦି ନାନା ସମସ୍ୟା ମଧ୍ୟରେ ଜୀବନ ଜାପନ କରୁଥିଲେ । ସମାଜସେବୀ ବିନିତା ଦାଶ ଏଠାକାର ବାସିନ୍ଦା ମାନଙ୍କ ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲାପରେ ୨୨ ବର୍ଷ ପରେ ଏହି ୱାର୍ଡକୁ ରାସ୍ତା ନିର୍ମାଣ ହେବାସହ ଡ୍ରେନେଜ ସିଷ୍ଟମ ଓ ବିଦ୍ୟୁତର ସିବିଧା ହୋଇ ପାରିଲା ।

ତେବେ ପରିତାପର ବିଷୟ ଏହି ଯେ ରାସ୍ତା ତିଆରି ହେବା ପରଠୁ ଏହାର ସଫେଇ ହେଉନାହିଁ । ଏଠାରେ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ଦେଖା ଦର୍ଶନ ମିଳେନାହିଁ ଯାହା ଫଳରେ ରାସ୍ତା ଓ ପାରିପାର୍ଶ୍ବିକ ପରିବେଶର ଅବସ୍ଥା ବିଗିଡିବାରେ ଲାଗିଛି । 

ଡ୍ରେନ ସଫା ନହେବା ଓ ଅଳିଆ ଆବର୍ଜନା ଯୋଗୁଁ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବିଦ୍ୟୁତ ଖୁଣ୍ଟ ଅଛି କିନ୍ତୁ ଷ୍ଟ୍ରିଟ ଲାଇଟ ଜଳୁନାହିଁ । ପରିମଳ ବ୍ୟବସ୍ଥା ପୁରା ବିପର୍ଯ୍ୟସ୍ଥ ହୋଇ ପଡିଥିବାବେଳେ ମୁନସିପାଲଟି ସବୁ ଜାଣି ଅଜଣା ହୋଇ ରହିଛି ।

ଗତ ୪ମାସ ହେଲା ଅବସ୍ଥା ଗମ୍ଭିର ହୋଇ ଉଠିଥିବା ବେଳେ ପୌରପରିଷଦର କୁମ୍ଭକର୍ଣ୍ଣ ନିଦ୍ରା ଭଗ୍ନ ହେଉନାହିଁ । ୱାର୍ଡବାସୀ ଏବିଷୟରେ ବାରମ୍ବାର ଅଭିଯୋଗ କରିଖିଲେ ମଧ୍ୟ ବିଭାଗିୟ ଅଧିକାରୀମାନେ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ଯାହାକୁନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.