ମଧୁପୁର ଠାରେ ବିଶାଳ ଆଦିବାସୀ ସମାବେଶ ଓ ନୂଆଖାଇ ଭେଟ୍

ଲାଞ୍ଜିଗଡ଼,୩୦/୯ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମଧୁପୁରଠାରେ ଆଦିସ୍କନ୍ଦ ସମାଜ ଚାନ୍ଦାର ପ୍ରଗଣା ଓ କଳାହାଣ୍ଡି ଆଦିବାସୀ ଚେତନା ମଞ୍ଚ ଆନୁକୂଲ୍ୟରେ ଆଦିବାସୀ ସମାବେସ ଓ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଚେତନା ମଞ୍ଚର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିଶାଳ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଟିଡିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝୀ, ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଜିତୁ ଜାକାସିକା, ଆଦିବାସୀ କର୍ମଚାରୀ ସମ୍ମନ୍ୱୟ ସମିତିର ସଭାପତି ଡ. ନିରଦ ଚନ୍ଦ୍ର କହଁର, ଆଦିବାସୀ ଚେତନା ମଞ୍ଚର ସଂପାଦକ ଲକ୍ଷ୍ମଣ ଭୋଇ, ଆଦିବାସୀ କଲ୍ୟାଣ ସଂଘର ସଂପାଦକ ଅନନ୍ତ ଶବର, ଆଦିବାସୀ ସଂଘର ଉପଦେଷ୍ଟା ଋତୁରାଜ ମାଝୀ,

ଆଦିବାସୀ ଗବେଷକ ମେଦିନୀଧର ଜାନୀ, ଆଦିବାସୀ ସଂଘ ଉପସଭାପତି ପ୍ରକାଶ ମାଝୀ, ଗଣ୍ଡ ସମାଜର ଉପଦେଷ୍ଟା ନିରାକାର ପାତ୍ର, କମଳ ମଇଦାନ ସଭାପତି ଦୁର୍ଯ୍ୟୋଧନ ମାଝୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ଟଙ୍କଧର ମାଝୀ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, କିସ୍ କର୍ମକର୍ତ୍ତା ଦୁଷ୍ମନ୍ତ ପ୍ରଧାନ, ଆଦିବାସୀ ନେତ୍ରୀ ଦ୍ରୌପଦୀ ମାଝୀ, ଡିଓ ଜାକାସିକା, କଳାହାଣ୍ଡି ଭତ୍ରା ସମାଜ ସଭାପତି ନୀଳକଣ୍ଠ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଆଦିବାସୀ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହୋଇଥିବାବେଳେ ବିଧାୟକଙ୍କ ଦ୍ୱାରା ଏହାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବିରାଜ ମାଝୀ, କୁଳମଣି ମାଝୀ ଓ ଗୋବର୍ଦ୍ଧନପୁର ଆଦିବାସୀ ସମାଜର ତତ୍ତ୍ୱାବଧାନରେ ଅନୁଷ୍ଠିତ ସମାବେଶରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହଶହ ଆଦିବାସୀ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.