ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅକ୍ଟୋବର ପହିଲାରେ ଆନ୍ତର୍ଜାତିକ ବୟସ୍କ ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଡମ୍ବରୁଧର ପ୍ରଧାନୀ ଓ ସୁରେନ୍ଦ୍ର କୁମାର ପାଢୀ ଯୋଗଦେଇ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ହରିଜନ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସିକ୍ଷକ କୁନୁ ହିଲ, ନିରାକର ସାହୁ, ଟିଜି ରାଓ, ଧରେନ୍ଦ୍ର ପ୍ରଧାନୀ ଓ ଶିକ୍ଷୟତ୍ରୀ ଜେମାମଣୀ ପଧାନ ଉପସ୍ଥିତ ଥିଲେ ।
ଏଠାରେ ସୂଚନା ଯୋଗ୍ୟଯେ, ୧୪ ଡିସେମ୍ବର ୧୯୯୦ ମସିହାରେ ୟୁନାଇଟେଡ ନେସନର ଜେନେରାଜ ଆସେମ୍ଲୀରେ ଭୋଟ ମାଧ୍ୟମରେ ଏକ ପ୍ରସ୍ଥାବ ଗୃହିତ ହେଲାଯେ ଅକ୍ଟୋବର ପହିଲାକୁ ବୟସ୍କ ଦିବସ ଭାବେ ପାଳନ କରାଯିବ । ଏହାପରେ ପ୍ରଥମକରି ୧୯୯୧ ମସିହା ଅକ୍ଟୋବର ୧ ତାରିଖରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ କରାଯାଇଥିଲା । ସେହି ଦିନଠାରୁ ସାରା ବିଶ୍ବରେ ଏହା ପାଳିତ ହୋଇ ଆସୁଛି ।
ଏମିତିରେ ଦେଖିବାକୁ ଗଲେ ସମାଜ ପାଇଁ ବୟୋଜେଷ୍ଠ ନାଗରିକ ମାନଙ୍କ ଅବଦାନ ଅତୁଳନୀୟ । ସେମାନେ ପଥ ପ୍ରଦର୍ଶକ ଭାବେ ଆମକୁ ଦିଗ ଦର୍ଶନ ଦେଇଥାନ୍ତି । ତେବେ ବର୍ତ୍ତମାନର ବସ୍ତୁବାଦୀ ଦୂନିଆରେ ସେମାନଙ୍କୁ ଅନେକ କ୍ଷେତ୍ରରେ ଅବହେଳା କରାଯାଉଥିବା ନଜରକୁ ଆସିଥାଏ । ଘରେ ପୁଅ ବୋହୁଙ୍କ ପାଇଁ ସେମାନେ ଅଲୋଡା ହୋଇ ପଡୁଛନ୍ତି । ତେଣୁ ପରିବାର ମଧ୍ୟରେ ବୟସ୍କ ବ୍ୟକ୍ତି ମାନଙ୍କ ଉପଯୁକ୍ତ ସେବା ଯତ୍ନ କରିବାସହ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାପାଇଁ ଏହି ଦିବସ ବାର୍ତ୍ତା ପ୍ରେରଣ କରିଥାଏ ।
ମସ୍କାଗୁଡା ଆଞ୍ଚଳିକ ସାଧନକେନ୍ଦ୍ର ଅଧିନରେ ଥିବା ଏହି ବିଦ୍ୟାଳୟ ଶିକ୍ଷାଦାନ, କ୍ରିଡା ସହ ଶିକ୍ଷାର୍ଥୀ ମାନଙ୍କ ବୌଧିକ ବିକାଶ କ୍ଷେତ୍ରରେ ବିଶେଷ ଧ୍ୟାନ ଦେଇ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି । ସରକାରଙ୍କ ଦ୍ବାରା ଏହିପରି ପ୍ରଶଂସନୀୟ କାର୍ଯ୍ୟକ୍ରମକୁ ଆୟୋଜନ କରିବାପାଇଁ ବିଦ୍ୟାଳୟକୁ ସୂଯୋଗ ଦେଇଥିବାରୁ ଶିକ୍ଷକଶିକ୍ଷୟତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta