ଦୂର୍ଗା ପୂଜା ଓ ଭାଇ ଜିଉନ୍ତିଆ ପାଇଁ ଉତ୍ସବ ମୁଖର ସଇଁତଲା ଅଞ୍ଚଳ

ସଇଁତଲା,୬/୧୦ : ମାଁ ଜଗତ ଜନନୀ ଦୂର୍ଗାଙ୍କର ଅଷ୍ଟମୀ ପୂଜା ସଇନ୍ତଳା ଅଞ୍ଚଳରେ ମହା ଆଡ଼ମ୍ବରରେ ପାଳିତ ହେଉଛି । ସପ୍ତମୀଦିନ ସନ୍ଧ୍ୟାରେ ଭାଇ ମାନଙ୍କ ମଙ୍ଗଳ କାମନା କରି ଭଉଣୀ ମାନେ ନିର୍ଜଳା ଉପବାସ କରି ଭାଇ ଜିଁତା ଓଷା ପାଳନ କରିଥାନ୍ତି ଓ ତାପର ଦିନ ଦୁବ ଉତରାଇ ଜିଉନ୍ତା ପିନ୍ଧାଇ ଥାନ୍ତି , ସବୁ ବର୍ଷ ପରି ଏବର୍ଷ ମଧ୍ୟ ଦୋକାନ ବଜାର ବେସ ଭିଡ଼ ପରିଲକ୍ଷିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜଲିଆ ଦର୍ହ, ସର୍ଗିପାଳି, ଖଜୁରିପଡା, କରେଲଧୂଆ, ରୁଣିମହୁଲ, ଜାମଖୁଣ୍ଟା, ଧରବ ଗଡ଼ ଗଣ୍ଡପତ୍ରାପାଲି ଓ ଅଞ୍ଚଳର ସମସ୍ତ ଗ୍ରାମରେ ପୂଜା ପାଳିତ ହୋଇଥିବାବେଳେ କନ୍ଧକେଳ ଗାଁ ଗ୍ରାମରେ ପଣ୍ଡିତ ମନୋଜ କୁମାର ପଣ୍ଡା ପୂଜକ ଥିବା ବେଳେ ବିରେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଝରଣା ପ୍ରଧାନ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ, ହେମନ୍ତ ସାହୁ, ମୁନା ପ୍ରଧାନ, ପ୍ରେମାନନ୍ଦ ଭୋଇ, ନବିନ ପୂଝାରୀ, ଗଙ୍ଗାଧର ସାହୁ, ଦାସ ସାହୁ, ମାନ ସାହୁ ଓ ନିମାଇଁ ମିଶ୍ର ପ୍ରମୂଖ  ସହଯୋଗ କରିଥିଲେ ।

Udyog Nursery
Udyogi Nursery

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.