ସୁବର୍ଣ୍ଣପୁର ଦୁର୍ଗା ପୂଜା ୨୦୧୯ : ଆଜି ମୃଣୀୟ ମୂର୍ତ୍ତୀଙ୍କ ନବମୀ ପୂଜା

ସୋନପୁର,୭/୧୦ : ଧରାପୃଷ୍ଠକୁ ଆସିଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ସାରା ରାଜ୍ୟ ଓ ଦେଶ ଉତ୍ସବ ମୁଖର ଓ ପୁଲକିତ । ଆସୁରିକ ଶକ୍ତି ଉପରେ ଦୈବୀ ଶକ୍ତିର ବିଜୟର ପ୍ରତୀକ ହେଉଛି ଦୁର୍ଗାପୂଜା ଓ ଦଶହରା । ଦୁର୍ଗାପୂଜା ଓ ଦଶହରା ପର୍ବ ପାଳନ ପଛରେ ରହିଛି ବହୁ କିମ୍ବଦନ୍ତୀ ଓ ଉପାଖ୍ୟାନ । ଦୁଷ୍ଟ ଶକ୍ତିର ପ୍ରତୀକ ମହିଷାସୁରକୁ ବଦ୍ଧ କରିବା ନିମନ୍ତେ ମା’ ଦୁର୍ଗା ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ହୋଇ ସିଂହ ଉପରେ ଆରୋହଣ କରି ଲଢେଇ କରିଥିଲେ । ମହିଷାସୁରର ନିଧନ ପରେ ଧରାପୃଷ୍ଠରେ ଶାନ୍ତି, ମୈତ୍ରୀ ବିରାଜମାନ କରିଥିଲା । ଦେବତାମାନେ ଆଶ୍ୱସ୍ତ ହୋଇଥିଲେ । ଅନ୍ୟଏକ ଉପାଖ୍ୟାନ ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆସୁରିକ ଶକ୍ତିର ପ୍ରତୀକ ରାବଣକୁ ବଦ୍ଧ କରି ଲଙ୍କା ଜୟ କରିଥିଲେ, ଯାହାର ସ୍ମାରକୀ ରୂପେ ବିଜୟାଦଶମୀ ପାଳିତ ହୋଇଥାଏ । ମୋଟାମୋଟି ଭାବରେ ମା’ ଜଗଜ୍ଜନନୀ ଦୁର୍ଗା ହେଉଛନ୍ତି ଦୁର୍ଗତିନାଶିନୀ, କଲ୍ୟାଣଦାୟିନୀ, ଅଭୟ ବର ପ୍ରଦାୟନୀ, ସମସ୍ତ ପ୍ରକାର ଶକ୍ତି ଓ ତେଜର ଅଧିକାରିଣୀ ଦେବୀ । ମହାସପ୍ତମୀରେ ମାଁ ଦୁର୍ଗା ଙ୍କ ଅବତରଣରେ ସୁବର୍ଣ୍ଣପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାରଂପାରିକ ରୀତିନୀତି ମଧ୍ୟରେ ଆରମ୍ଭ ହୋଇଛି । ସଦର ସହରର ଘୋଡାଘାଟପଡା, ଟିକିରାପଡା, ଗୁଣ୍ଡିଚା ମନ୍ଦିର ଛକ, କୁମ୍ଭାରପଡା, ବଡବଜାର, ଦୁର୍ଗା ମଣ୍ଡପ ଛକ ସହ ରିଜର୍ଭ ଲାଇନରେ ଆଦି ୮ଟି ମଣ୍ଡପରେ ଆରଧିତା ହେଉଛନ୍ତି ମହିଷାସୁର ମର୍ଦ୍ଧିନୀ । ସହରର ସମସ୍ତ ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଥନାପତି ପଡାରେ ଚାଲିଥିବା ନବରାତ୍ର ଦୁର୍ଗା ପୂଜାରେ ଆଜି ମହାନବମୀ ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ଗଡଭିତର ଦୁର୍ଗା ମନ୍ଦିରରେ ମଧ୍ୟ ନବ ଦିନାତ୍ମକ ପୂଜା ଧୁମଧାମରେ ଚାଲିଛି । ଠିକ ସେହିପରୀ ସହରରେ ଥିବା ଅଷ୍ଟଚଣ୍ଡୀ ପୀଠରେ ମଧ୍ୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଇଷ୍ଟଦେବୀ ମାଁ ସୁରେଶ୍ୱରୀ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପ୍ରସିଦ୍ଧ ବଳିଯାତ୍ରା ଓ ଦୁର୍ଗା ପୂଜା ପାଇଁ ସହରର ପ୍ରତ୍ୟେକ ପୂଜା ମଣ୍ଡପରେ ପ୍ରବଳ ଜନଗହଳି ଲାଗି ରହିଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କଡାକଡି କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.