ବାଲେଶ୍ଵରରେ ୨୪ତମ ରାବଣପୋଡି ମହୋତ୍ସବ ଆୟୋଜିତ

ଆତସବାଜିର ଭରପୁର ଆନନ୍ଦ ଉଠାଇଲେ ହଜାର ହଜାର ଦର୍ଶକ

ବାଲେଶ୍ଵର,୮/୧୦(କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଆଇଟିଆଇ ପଡ଼ିଆରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିରାଟ ରାବଣପୋଡ଼ି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲେଶ୍ୱର ଏସ୍.ପି ବି. ଯୁଗଳ କିଶୋର, ଉପ-ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଦେଷ୍ଟା ହରେକୃଷ୍ଣ ଦାସ, ବିଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇ ଜିଲ୍ଲାବାସୀଙ୍କୁ ଶାରଦୀୟ ଦୁର୍ଗାପୂଜା ଶୁଭେଚ୍ଛା ଜଣାଇବା ସହିତ ଶାନ୍ତିର ବାର୍ତ୍ତା ତଥା ରାବଣ ପୋଡ଼ି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଅନୁଷ୍ଠାନର ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ଦାସ ମଂଚ ପରିଚାଳନା କରିଥିବା ବେଳେ, ବରିଷ୍ଠ ସଦସ୍ୟ ରାମନାରାୟଣ ଶତପଥୀ ଉପସ୍ଥିତ ଅତିଥି ତଥା ସାଧାରଣ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବିରାଟ ରାବଣ ପୋଡ଼ି ମହୋତ୍ସବ ସଂପାଦକ ଭାଗବତ ସାହୁ ପରିଚାଳନା କରିଥିବା ବେଳେ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।

ଏହି ଉତ୍ସବ ଅବସରରେ ରାବଣ ବଧ ମଂଚ ଅଭିନୟ ଅନୁଷ୍ଠିତ ହୋଇଥିଲା। ରଙ୍ଗବେରଙ୍ଗର ଆତସବାଜି କାର୍ଯ୍ୟକ୍ରମକୁ ଉପସ୍ଥିତ ଜନସାଧାରଣ ଖୁବ୍ ଆନନ୍ଦର ସହ ଉପଭୋଗ କରିଥିବା ବେଳେ ଶେଷରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥିଲା।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.