କଳାହାଣ୍ଡି,୮/୧୦(ନବୀନ କିଶୋର ସାହୁ) : ଆଜି ଦଶହରା ଶାରଦୀୟ ଦୂର୍ଗା ପୂଜାର ଅନ୍ତିମ ଦିବସ ଦିବସ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ କର୍ଲାମୁଣ୍ଡା ସାର୍ବଜନୀନ ଦୂର୍ଗାପୂଜା ଚଳିତ ବର୍ଷ ୪୫ ବର୍ଷରେ ପର୍ଦାପଣ କରିଛି।ଆଶ୍ବିନ ମାସର ଶୁକ୍ଳପକ୍ଷ ପ୍ରତିପଦା ୨୯ ତାରିଖ ରବିବାର ଠାରୁ ୮ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ମାଁ ଜଗତ ଜନନୀ ଦୂର୍ଗାଙ୍କ ନବରାତ୍ର ପୂଜନୋତ୍ସବ ପାଳନ କରାଯାଇଛି।
ଦେବୀ ଦୂର୍ଗାଙ୍କ ଧରାପୃଷ୍ଠକୁ ଆଗମନରେ ଭକ୍ତ ଶ୍ରଧାଳୁ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ସହଯୋଗରେ ଆରମ୍ଭ ର ପ୍ରଥମ ବର୍ଷ ଦୂର୍ଗା ପୂଜାରୁ ଶାନ୍ତିଶୃଙ୍ଖଳା ଯାରି ରହି ଦିର୍ଘ ୪୫ ଧରି ଚାଲୁ ରହିଛି। ପୂଜାକୁ ନେଇ କର୍ଲାମୁଣ୍ଡା ଗ୍ରାମବାସୀଙ୍କ ମନରେ ଉର୍ସାହ ଦେଖିବାକୁ ମିଳିଥିଲା। ଚାରିଆଡେ ଆଧ୍ୟାମିକ ପରିବେଶ ସହିତ ପାରାୟଣ, ଭଜନ ସମାରୋହ, ନୃତ୍ୟ ପ୍ରତିଯୋଗିତା, ଦଣ୍ଡନୃତ୍ୟ ଆଦିର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଯଜ୍ଞ କର୍ତ୍ତା ନିଲାମ୍ବର ସାହୁ ଓ ତାଙ୍କ ଧର୍ମପତ୍ନୀ ଯଶୋଦା ସାହୁ ଥିବା ବେଳେ ମୁଖ୍ୟ ପୁଜକ ନୃସିଂହ ଚରଣ ଦାସ ରହିଛନ୍ତି।
ପୂଜା କମିଟିର ସଭାପତି ଦେବେନ୍ଦ୍ର ସାହୁ,ଲଉପ ସଭାପତି ନନ୍ଦି କିଶୋର ଭୋଇ, ସଂପାଦକ ଡୋଲାମଣୀ ଭୋଇ, ସହ ସଂପାଦକ ଅକ୍ଷୟ ସାହୁ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଭାନୁ ସାହୁ, କୋଷାଦକ୍ଷ ହେମ ଶଂକର ସାହୁ, ଉପଦେଷ୍ଟା ଶେଷଦେବ ସାହୁ, ସଭ୍ୟ ମିନକେତନ ସାହୁ,କୁମୁଦ ସାହୁ,ଆକାଶ ସାହୁ,କୁଞ୍ଜ ସାହୁ,ଭୁବନ ବିହାରୀ ସିଂ, ବିଷ୍ନୁ ସାହୁ, ସୁରେନ୍ଦ୍ର ଭୋଇ, ଦୀନବନ୍ଦୁ ସାହୁ ପ୍ରମୁଖ କମିଟିରେ ଅଛନ୍ତି ।ବୁଧବାର ଦୀନ ଭଷାଣୀ କରାଯିବ ବୋଲି ପୂଜା କମିଟିର ସଭାପତି ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।