ସର୍ଗିପାଲିରେ ପାଟଖଣ୍ଡା ଯାତ୍ରା ସଂପନ୍ନ
ସଇଁତଲା,୯/୧୦ : ପ୍ରାଚୀନ ଶାକ୍ତ ତନ୍ତ୍ର ପରମ୍ପରାରର ଏକ ବୃହତ ଧାରା ଅଭିଚାର ତନ୍ତ୍ରର ଏକ ବୃହତ ଶ୍ରୋତ ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡିଶାର ଅନେକ ଅଞ୍ଚଳରେ ଦେଖାଯାଏ । ଏହି ଧାରାରେ ଆରାଦ୍ଧ ଦେବୀ ଦେବତା ପ୍ରକୃତି ସ୍ବରୂପର ବିବର୍ତ୍ତିତ ଋପ ଓ ଏଥିରେ ଦେବତା ମାନଙ୍କୁ ମଦ୍ୟ, ବଳି ଓ କେତେକ ସ୍ଥାନରେ ଶୁକ୍ଳ ଭୋଗରେ ସନ୍ତୁଷ୍ଟ କରାଯାଏ । ଅଭିଚାର ତନ୍ତ୍ରର ଧାରାର ଏକ ବଳିଷ୍ଠ ଦେବତା ପାଟଖଣ୍ଡା କେଉଁ ଏକ ଆବାହମାନ କାଳରୁ ଏହି ମାଟିରେ ପୂଜାପାଇ ଆସୁଥିବାବେଳେ ଜନଜୀବନରେ ଆସ୍ଥା ଓ ବିଶ୍ବାସର ପ୍ରତିକ ଭାବେ ଉଭା ହୋଇଛନ୍ତି ।
ଏହି କ୍ରମରେ ଅଶ୍ବିନ ଶୁକ୍ଲ ନବମୀ ଓ ଦଶମୀ ତିଥିରେ ବଲାଙ୍ଗିର ଜିଲ୍ଲା ସଇନ୍ତଲା ବ୍ଳକ ଅନ୍ତର୍ଗତ ସର୍ଗିପାଳି ଗ୍ରାମରେ ପୂଜିତ ମାଁ ପାଟଖଣ୍ଡାଙ୍କ ଦଶରା ଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ପୂଜା ଷୋହଳ ଦିନ ଧରି ଚାଳିଥିବା ବେଳେ ନବମୀ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଦେ ଝାର ଜଙ୍ଗଲରୁ ଦିନ ଚାରିଟା ରେ ପ୍ରଥମେ ଗୁପ୍ତ ପୂଜା ହେବା ପରେ ପୂଜା ସ୍ଥଳୀକୁ ଆସି ଥାନ୍ତି ଓ ବାଟରେ ମାଁଙ୍କ ଠାରୁ ଭକ୍ତମାନେ ଆଶୀର୍ବାଦ ନେଇ ଥାନ୍ତି ।
ପ୍ରଥମ ଦିନ ପାଟଖଣ୍ଡା ପୂଜା ହେଉଥିବା ବେଳେ ତାପର ଦିନ (ଦଶହରା) ଜେନା ବଲି ପୂଜା ହୋଇଥାଏ ଉକ୍ତ ପୂଜାରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ଦେବୀଙ୍କ ଆଶିଷ ଲାଭ କରିଥାନ୍ତି । ମନୋରଞ୍ଜନ ପାଇଁ ସର୍ଗିପାଳି ୟଙ୍ଗ ଷ୍ଟାର ଡେନ୍ସ ଗୃପ ନୃତ୍ୟ ପରିବେଷଣ କରିଥିଲେ ଓ ରାତ୍ରିରେ ଦଣ୍ଡ ନୃତ୍ୟ ହୋଇଥିଲା, ଶ୍ରୀ ରଘୁବିର ସାହୁ, ଗୁଣନିଧି ଭୋଇ, ମୋହନ ସାହୁ,ଭୂବନ ସାହୁ, ଶଶି ଦାସ, ସୈଦାଗର ପାତ୍ର, ଭରତ ସାହୁ, ରମେଶ ପାତ୍ର, ଖୁସିରାମ ସାହୁ, ଅଶୋକ ପାତ୍ର ଓ ସର୍ଗିପାଲି ଗ୍ରାମବାସୀ ସହଯୋଗ କରିଥିଲେ ।
ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta