ଚିଲିଗୁଡା ଠାରେ ମା’ ସର୍ବମଙ୍ଗଳାଙ୍କ ଛତର ଯାତ୍ରା ଓ ବାର୍ଷିକ ଦଶରା

କୋକସରା,୮/୧୦ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ମା’ ସର୍ବମଙ୍ଗଳାଙ୍କ ଛତର ଯାତ୍ରା ଓ ବାର୍ଷିକ ଦଶରା ମହୋତ୍ସବ ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ବହୁ ଧୁମଧାମର ସହିତ ମଙ୍ଗଳବାର ପାଳିତ ହୋଇଯାଇଛି । ଦେବୀ ସର୍ବମଙ୍ଗଳାଙ୍କ ପ୍ରତିମା ସ୍ୱରୁପ ଛତର ରାତ୍ରି ଅଧରେ ମନ୍ଦିରରୁ ବାହାରି ଗ୍ରାମ୍ୟ ଗୌନ୍ତିଆ ବିନୋଦ ବିହାରୀ ସିଂଙ୍କ ଘରକୁ ଯାଇଥାନ୍ତି । ସେଠାରେ ପୂଜାର୍ଚ୍ଚନା କଲାପରେ ସକାଲୁ ଗୈନ୍ତିଆଙ୍କ ଘରୁ ମାଙ୍କ ପ୍ରତିମା ସ୍ୱରୁପ ଛତର ଭକ୍ତ ମାନଙ୍କୁ ଦର୍ଶନ ଦେଇ ବିରାଟ ପଟୁଆରରେ ଭକ୍ତଙ୍କ ସମାଗମରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

ଏହି ସମୟରେ ଭକ୍ତ ମାନେ ନିଜ ନିଜର ମାନସିକ ପୁରଣ ସକାଶେ ମାଁ ଙ୍କ ପାଖରେ ଶୁକ୍ଲଭୋଗ ଯାଥା ନଡିଆ, କଦଲି, ମୁଆ ନୈବେଦ୍ୟ ଦେଇ ଅର୍ପଣ କରିଥାନ୍ତି । ଠିକ ଏହି ସମୟରେ ବିଭିନ୍ନ ପ୍ରକାରର ଲୋକଗୀତ, ନୃତ୍ୟ ଯେପରିକି କଳାହାଣ୍ଡିର ବିରବାଦ୍ୟ ଘୁମୁରା, ଘଣ୍ଟ ବାଦ୍ୟ, ବନାବାଡି, ଖୋଲ କିର୍ତ୍ତନ ସହ ବିଭିନ୍ନ ଲୋକ ନାନା ରଙ୍ଗ ବେରଙ୍ଗରେ ସୁସଜ୍ଜିତ ହୋଇ ଆନନ୍ଦ ଉଲ୍ଲାସର ସହିତ ନୃତ୍ୟ ପରିବେଷଣ କରି ମାଙ୍କୁ ମନ୍ଦିର ପରିସରରକୁ ପାଛୋଟି ନେଇଥିଲେ ।

ଏହାକୁ ଭକ୍ତ ମାନେ ଅନନ୍ଦର ସହ ଉପଭୋଗ କରିଥିଲେ । ମାଁ ମନ୍ଦିରକୁ ପହଞ୍ଚିଲା ପରେ ସୋଠାରେ ଦେବା ଦେବୀଙ୍କୁ ପୁଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଦେବା ଦେବୀ ମାନେ କଣ୍ଟା ଦୋଲିରେ ଝୁଲିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଲିଥିଲା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଳାହାଣ୍ଡି ଜିଲ୍ଲାରେ ବିଶେଷ କରି ବିଭିନ୍ନ ଦେବା ଦେବୀ ମାନଙ୍କୁ ରକ୍ତ ଭୋଗଦେଇ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଲିଥିବା ବେଳେ ଏଠାରେ ତାହାପୁଣି ସଂପୂର୍ଣ୍ଣ ନିଆରା ଯୋପରି କି ମାଙ୍କ ଠାରେ ଶୁକ୍ଲଭୋଗ ଦେଇ ଭକ୍ତ ମାନେ ନିଜ ନିଜର ମାନସୀକ ପୂରଣ କରିଥାନ୍ତି ।

ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ବିଶ୍ୱରଂଜନ ପଣ୍ଡା ଅଧ୍ୟାପକ ଚାନ୍ଦାହାଣ୍ଡି ମହା ବିଦ୍ୟାଳୟ ଯୋଗଦେଇଥିଲେ । ଚଲିତ ବର୍ଷ ପୂଜା କମିଟିର ସଭାପତି ସୁଭାଚନ୍ଦ୍ର ହଂସ, ସଂପାଦକ ବିଶିକେଶନ ସିଂ, ଉପସଭାପତି ବଂଶୀଧର ବାଗ, ସହସଂପାଦକ ବିଦ୍ୟାଧର ଗହୀର ପ୍ରମୂଖ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଲନା କରିଥିବା ବେଳେ ଗ୍ରାମ୍ୟ ଦେବାଦେବୀ ପୁଝାରୀ ଶ୍ରୀ ମନଧର ପୁଝାରୀ ପାରମ୍ପାରିକ ରିତିନିତି ଅନୁସାରେ ପୁଜାର୍ଚ୍ଚନା କରିଥିଲେ ।

ଗ୍ରାମ୍ୟ ପୁଜା କମିଟିର ଅଭିମନ୍ୟୁ ଗୋପାଳ, ସନାତନ ଗୋପଳ, ଅଶୋକ ସିଂ, ମୁକ୍ତେଶ୍ୱର ନାଗ, ଉତ୍ତମ ପଣ୍ଡା, ସୁବୋଧ ପଣ୍ଡା, ଧନେଶ୍ୱର ଗୋପାଳ, ରଜନି ପଣ୍ଡା, ସହେଦବ ବେମାଲ, ନରେନ୍ଦ୍ର ସିଂ, ମହେନ୍ଦ୍ର ଗୋପାଳ, ବବ୍ରୁ ବହାନ ବିଶି, ଆନନ୍ଦ କୁମାର ସିଂ, ଦେବରାଜ ବେମାଲ, ମୋହନ ଚରଣ ସିଂ, କୈଲାସ ବୋମାଲ ପ୍ରମୂଖ ବିଭିନ୍ନ କାର୍ଯ୍ୟରେ ବିଶୋଷ ସହଯୋଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ନାଏକଙ୍କ ସହ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.