ରାୟଗଡ/କାଶିପୁର,୯/୧୦: ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଡି.କରଳ ପଡିଆ ଠାରେ ମହାସମାରୋହରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି । ସର୍ବଦା ଓଡିଶାର କଳା ସଂସ୍କୃତିର ପ୍ରଚାର ଓ ପ୍ରସାରରେ ନିଜକୁ ଜଡିତ କରି ରଖିଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଚଳିତ ବର୍ଷ ଟିକିରି ଠାରେ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇ ଆସୁଛି । ସ୍ଥାନୀୟ ଡି.କରଲ ଗ୍ରାମ ନିକଟସ୍ଥ ପଡିଆରେ ଆୟୋଜିତ ଏହି ଦୁର୍ଗାପୂଜା ଗତ ଷଷ୍ଠୀ ତିଥିରୁ ଆରମ୍ଭ ହୋଇ ମଙ୍ଗଳବାର ଦଶମୀ ତଥିରେ ବିଜୟା ଦଶମୀ ସହ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି । ଉତ୍କଳ ଆଲୁମିନାର ମୁଖ୍ୟ ଶ୍ରୀ ଏନ.ନାଗେଶ ପୂଜାର ପ୍ରଥମ ଦିନରେ ଯୋଗ ଦେଇଥିବା ବେଳେ ସ୍ତାନୀୟ ତହସିଲଦାର ସୈାଭାଗ୍ୟ ବେହେରା ଓ କମ୍ପାନୀର ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳା ସହ ପରିଚାଳାନ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ଦୀର୍ଘ ୪ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଦୁର୍ଗା ପୂଜା ଉତ୍ସବରେ ଆଖାପାଖ ଅଂଚଳର ପ୍ରାୟ ୪୦ଟି ଗ୍ରାମର ଅଧୀବାସୀମାନେ ଯୋଗ ଦେଇଥିବା ବେଳେ ଖୋଲାଯାଇଥିବା ମୀନାବଜାର ସହ ଝୁଲା ଦୋଳି ଓ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲଗୁଡିକରେ ଭିଡ ଜମିଥିବା ପରିଲିକ୍ଷିତ ହୋଇଥିଲା । ଚଳିତ ବର୍ଷର ଦୁର୍ଗା ପୂଜା ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକ ଅନୁଷ୍ଠିତ ହୋଇଥିବା ବେଳେ ଦର୍ଶକମାନେ ଏହାକୁ ଭରପୂର ଉପଭୋଗ କରିଥିଲେ । ସେହିପରି ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦୋରାଗୁଡା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
——————————————————