ସଇଁତଲା,୧୨/୧୦ : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଜଲିଆଦ୍ରହ ଗାଁରେ ମିକ୍ସଚର ରାମଲିଳା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଆୟୋଜିତ ଏହି ବର୍ଣ୍ୟଢ୍ୟ ଉତ୍ସବରେ ଚନ୍ଦ୍ରପୁରର କଳାକାରମାନେ ଶ୍ରୀରାମ ଚରିତ୍ରକୁ ନେଇ ସୁନ୍ଦର ନାଟକ ପରିବେଷଣ କରି ଦର୍ଶକଙ୍କ ଦ୍ବାରା ପ୍ରଶଂସାର ପାତ୍ର ହୋଇପାରିଥିଲେ ।
ସେହିପରି ତା ପର ଦିନ ଡ୍ୟାନ୍ସ ପ୍ରତିଯୋଗିତାରେ ସୁଶ୍ରୀ ସୁନେଲି ବୁଡେକ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଉତ୍ତମ ଡ୍ୟାନ୍ସ ଗ୍ରୁପ ଦୁତୀୟ ସ୍ଥାନ ଅଧିକାର କରିଥିଲେ ଓ ସୁଶ୍ରୀ ଅନୁୟା ପୁଟେଲ ତୃତୀୟ ସ୍ଥାନ କୁ ଅଧିକାର କରିଥିଲେ। ସେହିପରି ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ସ୍ବାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ବିପିନ ବିହାରୀ ମେହେର, ଦାଶ ସାହୁ ବସନ୍ତ ମେହେର ଓ ପୂର୍ଣ୍ଣ ଚନ୍ଦ୍ର ମେହେର ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ସୁଶାନ୍ତ ମେହେର ମଞ୍ଚ ପରିଚାଳନା କରିଥିଲେ ।
ଗଙ୍ଗାଧର ସାହୁ ଏବଂ ଡମ୍ବରୁ ସାହୁ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତି ଜଗନ୍ନାଥ ମେହେର ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ସମୁହକୁ ଗୋପାଳ ବାଗ, ନିହାର ମିଶ୍ର ବିଜୟ ସାମଲ, ଧନଞ୍ଜୟ ସାମଲ, ରୋମିଓ ପଣ୍ଡା, କୃଷ୍ଣ ଚନ୍ଦ୍ର ମିଶ୍ର ହେମନ୍ତ ସାମଲ, ଚରଣ ସାହୁ ଆଦି ସହଯୋଗ କରିଥିଲେ ।