ସୀମାବର୍ତ୍ତୀ ଇଲାକାରେ ବେହାଲ ରାସ୍ତା : ତିନି ଜିଲ୍ଲା ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

କଳାହାଣ୍ଡି,୧୨/୧୦(ହେମନ୍ତ ସାହୁ): ଜିଲ୍ଲା ମ.ରାମପୁର ବ୍ଲକର ମୋହନଗିରୀ ପଂଚାୟତକୁ ସଂଯୋଗ କରିଛି ବଲାଙ୍ଗୀର,ବୌଦ୍ଧ ଓ କନ୍ଧମାଳ ଜିଲ୍ଲା । ଏହି ସୀମାନ୍ତ ରାସ୍ତାର ହାଲ ଗତ ବନ୍ୟା ପରେ ବେହାଲ ହେଇପଡ଼ିଥିବା ବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ । ମୋହନଗିରୀ ପଂଚାୟତରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ଟେକରଘାଟର କାଳୀଗଙ୍ଗା ଜୋର ପାଖରୁ ପଣ୍ଡାପଦର ଏବଂ ପଣ୍ଡାପଦରରୁ ଧନପୁର ଛକ ଯାଏଁ ଦେଢକିଲୋମିଟର ରାସ୍ତାର ଅବସ୍ଥା କହିଲେ ନ ସରେ । ଗତ ବନ୍ୟାରେ କାଳୀଗଙ୍ଗା ନଦୀ କୂଳ ଲଂଘିବା ଫଳରେ ଠାଏ ଠାଏ ରାସ୍ତା ଧୋଇନେବା ସହିତ ଘାଇ ସୃଷ୍ଟି କରିଛି । ଦୈନନ୍ଦିନ ଏହି ରାସ୍ତାଦେଇ ଶହ ଶହ ଜନସାଧାରଣ ବାଇକ,ସାଇକେଲ ଏବଂ ଚାରିଚକିଆ ଯାନ ଯୋଗେ ଯାତାୟତ କରୁଥିବାବେଳେ ଜୀବନକୁ ସଅଁପି ଦେଇ ପ୍ରାଣ ବିକଳରେ ଯାତ୍ରା କରୁଛନ୍ତି । ଏହି ରାସ୍ତାଦେଇ କଲେଜଛାତ୍ରଛାତ୍ରୀ ମଧ୍ୟ ମୋହନଗିରୀ ଧବେଳଶ୍ୱର ମହାବିଦ୍ୟାଳୟକୁ ନିୟମିତ ଅଧ୍ୟୟନ କରିବାକୁ ଆସନ୍ତି । ଝିଅ ଏବଂ ବୃଦ୍ଧ,ବୃଦ୍ଧା ମାନଙ୍କ ପାଇଁ ଏହି ଯାତ୍ରା ଖୁବ୍ ଦୁର୍ବସହ ହେଇପଡ଼େ । ଅଂଚଳର ଜନସାଧାରଣ ଏହି ରାସ୍ତା ପ୍ରତି ସଂପୂର୍ଣ୍ଣ ଦୃଷ୍ଟି ଦେବା ସହିତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି ।

Omkar Vasthu
Omkar Vasthu

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.