ବଙ୍ଗୋମୁଣ୍ଡା,୧୩/୧୦(ହୁଲେଶ୍ୱର ହଂସ): ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତର ତାଲଚକେଲ ଗ୍ରାମ ଠାରେ ମାଁ ହରଗୌରୀ ଆଦ୍ୟାଶକ୍ତି ଙ୍କ ର ବାର୍ଷିକ ଯାତ୍ରା ଉତ୍ସାହର ସହ ଧୁମଧାମରେ ପାଳିତ ହୋଇଯାଇଛି । ପୂଜକ ମଙ୍ଗଳ ସିଂ ମାଝୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରା ରେ ଜିଲା ତଥା ଜିଲା ବାହାରୁ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା ।ମାଁ ଙ୍କ ଠାରେ ଲୋକଙ୍କ ରହିଥିବା ବିଶ୍ୱାସ ଯାତ୍ରା ରେ ପ୍ରତଫଳିତ ହୋଇଥାଏ । ଦୂର ଦୂରାନ୍ତରୁୁ ତିନିଦିନ ବ୍ୟାପୀ ଏହି ଯାତ୍ରାରେ ଲୋକେ ସାମିଲ ହୋଇଥାନ୍ତି । ଆଦିବାସୀ ରୀତି ନୀତି ଆନୁସାରେ ଲିଙ୍ଗ ପୂଜାର୍ଚ୍ଚନା ରୁ ଆରମ୍ଭ ହୋଇଥିଲା ମାଁ ଙ୍କ ବାର୍ଷିକ ଯାତ୍ରା ।ଲିଙ୍ଗ ପୂଜା ହେବା ସହ ମାଁ ଙ୍କ ଠାରେ ବେଲପତ୍ର,ମନ୍ଦାର ଫୁଲ ଆଦି ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମାଁ ଙ୍କ ଠାରେ ଭୋଗଲାଗି ଅର୍ପଣ କରାଯାଇଥିଲା ।ଶନିବାର ଦିନ ମନ୍ଦିର ସମ୍ମୁଖରେ ମାଁ ଙ୍କ ବିଶ୍ୱରୂପ ଦର୍ଶନ ଓ ହରଗୌରୀ ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା ।
ମାଁ ଙ୍କ ପୂଜାର୍ଚ୍ଚନାରେ ଯୋଗଧ୍ୟାନ ପ୍ରଧାନ,ଶୋଭାରାମ ମାଝୀ,ଶୁକ୍ରୁ ଭୋଇ,ମିନିକେତନ ବାଗ,ଶଙ୍କର ହଂସ,ଅନିରୁଦ୍ଧ ଶବର,କୁବେର ମାଝୀ,ବେଦମତୀ ମାଝୀ,ଅମଲେଶ ପ୍ରଧାନୀ,ସୁଦର୍ଶନ ମାଝୀ,ସୋମନାଥ ମାଝୀ,ଟିକେ ମାଝୀ,ବ୍ରଜ କିଶୋର ମାଝୀ,ନିତ୍ୟାନନ୍ଦ ଷାଣ୍ଡ,ଜୁବରାଜ ଚନ୍ଦନ,ଅନି ଶବର,ନୀଳାଞ୍ଚଳ ଭୋଇ,ଲମ୍ବୋଦର ବାରିକ,ଅଜୟ ପ୍ରଧାନୀ,ବସନ୍ତ ବାଗ ପ୍ରମୁଖ ମାଁ ଙ୍କ ପୂଜାର୍ଚ୍ଚନା ସହିତ ସହେଯାଗ କରିଥିଲେ ।ପ୍ରତି ରାତ୍ରିରେ ଲୋକଙ୍କ ମନୋରଞ୍ଜନ ପାଇଁ ପୌରାଣିକ ନାଟକ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ।