କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଦାବି 

ପାଟଣାଗଡ/ଟିଟିଲାଗଡ,୧୪/୧୦ : ଶିକ୍ଷା ହେଉଛି ମୌଳିକ ମାନବିକ ଅଧିକାର । ବ୍ୟକ୍ତି ହିସାବରେ ସମାଜ ବିକାଶ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ବର୍ତ୍ତମାନ ସମୟରେ ଦେଶର ସମସ୍ତ ରାଜ୍ୟ ମାନଙ୍କରେ ଶିକ୍ଷିତ ବେକାରୀ ସମସ୍ୟା ଲାଗି ରହିଥିବା ବେଲେ ଓଡିଶାରେ ମଧ୍ୟ ବେକାରୀ ସଂଖ୍ୟା ଦିନକୁଦିନ ବୃଦ୍ଧି ହେବାରେ ଲାଗିଛି । ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ବିଭିନ୍ନ ପଦବୀ ଖାଲି ପଡ଼ିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଶିକ୍ଷା ବିଭାଗରେ ବହୁ କନିଷ୍ଠ ଶିକ୍ଷକ ପଦବୀ ଖାଲି ପଡିଛି । ଓଡିଶାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ପଦବୀ ଖାଲିପଡ଼ିଥିବା ବେଳେ ରାଜ୍ୟ ସରକାର ଏବଂ ଗଣଶିକ୍ଷା ବିଭାଗ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଯେତିକି ଚିନ୍ତା ପ୍ରକଟ କଲେ ମଧ୍ୟ ଶିକ୍ଷକ ନିଯୁକ୍ତି ପ୍ରତି ସରକାରଙ୍କ ପ୍ରକୃତରେ କେତିକି ଇଚ୍ଛାଶକ୍ତି ଅଛି ? ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗୋଟିଏ ପଟେ ରାଜ୍ୟରେ ଥିବା ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ, ସରକାର ୨୦୧୭ ମସିହା ଠାରୁ ଆଜି ଯାଏ ତିନି ବର୍ଷ ହେଲାଣି ଶିକ୍ଷକ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏପଟେ ପ୍ରବେଶିକା ପରୀକ୍ଷା ଦେଇ ସି.ଟି (ଡି.ଇଏଲ୍.ଇଡି), ବି.ଇଡି ସାରି ଓଟିଇଟି ପାସ କରି ମଧ୍ୟ ହଜାର ହଜାର ଆସାୟୀ ବର୍ତ୍ତମାନ ନିଯୁକ୍ତି ଅଭାବରେ ଘୋର ଦୁଶ୍ଚିନ୍ତାରେ ବେକାର ହୋଇ ବୁଲୁଛନ୍ତି । ବେକାରୀ ସମସ୍ୟାକୁ ଆଖି ଆଗରେ ରଖି ଆଜି ଏଭଳି କିଛି ଦାବିକୁ ନେଇକି ଓଡିଶା ଆସାୟୀ କନିଷ୍ଠ ଶିକ୍ଷକ ସଂଘ ପାଟଣାଗଡ଼ର ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ମିର୍ଦ୍ଧାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପାଟଣାଗଡ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନଙ୍କୁ ଶୀଘ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପତ୍ର ପ୍ରଦାନ ବେଳେ ଆଦିତ୍ଯ ଗଡତ୍ୟା, ଗୋପାଳ କାଣ୍ଡ, ବିଜୟ ପଟେଲ, ସଂଗ୍ରାମ ପଟେଲ, ପ୍ରେମରାଜ ସେଠ୍, ଘାସିରାମ ସାହୁ, ଅନିଲ କୁମାର ନାଗ, କ୍ଷାମାନିଧି ବାଗ, ବିଜୁ ମିଶ୍ର, ନୃସିଂହ ଚରଣ ସାହୁ, ରାଜେନ୍ଦ୍ର ମିଶ୍ର, ଆକାଶ ଦାସ, ମନବୋଧ କାଲସାଏ ତଥା ଅନେକ ଶିକ୍ଷକ ଆସାୟୀ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ପାଟଣାଗଡରୁ ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.