ଭଙ୍ଗା ପୋଲ ବଢ଼ାଉଛି ଦୁର୍ଦ୍ଦଶା

କଳାହାଣ୍ଡି,୧୮/୧୦: କର୍ଲାମୁଣ୍ଡା ବ୍ଲକର ଅଗ୍ନିଶମ କାର୍ଯ୍ୟାଳୟ ନିକଟସ୍ଥ ମୁଖ୍ୟ ରାସ୍ତାର ଭଙ୍ଗା ପୋଲ ମରାମତି ହୋଇନଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ରିଞ୍ଜା ଗ୍ରାମପଞ୍ଚାୟତ ସମେତ ଅନେକ ଗ୍ରାମର ଲୋକଙ୍କ ପାଇଁ ଏହା ଏକମାତ୍ର ରାସ୍ତା, ଯାହାକି ସେମାନେ କର୍ଲlମୁଣ୍ଡା ବ୍ଲକ ଅଫିସ ଏବଂ ସ୍କୁଲ କଲେଜ ଯିବା ଆସିବା ପାଇଁ ବ୍ୟବହାର କରନ୍ତି।

ପୋଲଟି ଭାଙ୍ଗିଯାଇଥିବାରୁ ଚାରିଚକିଆ ଯାନ ଅତିକ୍ରମ କରିବାକୁ ବହୁତ ଅସୁବିଧା ହେଉଛି। ଯେତେ ଯାନବାହନ ଅତିକ୍ରମ କରୁଛି, ସେତେ ଅଧିକା ଭାଙ୍ଗିବାରେ ଲାଗିଛି ପୋଲ। ସ୍ଥାନୀୟ ଲୋକଙ୍କ ଦାବି ପରେ ପ୍ରଶାସନ ପକ୍ଷରୁ ଅଳ୍ପ କିଛି ଟ୍ରିପ୍ ମାଟି ପକାଇ ଦେଇଥିଲେ। ତେବେ ତାହା କୌଣସି କାମରେ ଆସିପାରୁ ନାହିଁ। ତେଣୁ ପୋଲଟିର ଅତିଶୀଘ୍ର ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.