କଳାହାଣ୍ଡି,୧୮/୧୦ : ନୂତନ ଯାନ ବାହାନ, ମୋଟର ଯାନ ଆଇନ – ୨୦୧୯ ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ସାରା ଓଡିଶାରେ ବିଜୁ ଯୁବ ବାହିନୀ ତପଫରୁ ‘ରକ୍ଷକ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାରା ଓଡିଶାରେ ସଡକ ଦୂର୍ଘଟଣା ହ୍ରାସ କରିବା ଏହି ଅଭିଯାନର ମୂଳ ଲକ୍ଷ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍କକରେ ଅକ୍ଟୋବର ୧୪ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେହି ପରିପ୍ରେକ୍ଷିରେ ଆଜି (ଶୁକ୍ରବାର) ରାକ୍ସି ମାଁ ବିମଲା କମ୍ପ୍ଲେକ୍ସ ସାମ୍ନା ରାସ୍ତାରେ ବିଜୁ ଯୁବ ବାହିନୀର ସଦସ୍ୟମାନେ ଜନ ସଚେତନତା ସୃଷ୍ଟି କରିଥିଲେ ।
ଗାଡିଚଲାଇବା ସମୟରେ ହେଲମେଟ ଓ ସିଟବେଲ୍ଟ ପିନ୍ଧିବା, ମଦ୍ୟପାନ କରି ଗାଡି ନଚଲାଇବା, ଗାଡିଚଲାଇବା ସମୟରେ ମୋବାଇଲରେ କଥା ନହେବା, ଗାଡିର ଜରୁରୀ କାଗଜପତ୍ର ରଖି ଗାଡିଚଲାଇବା ଆଦି ବିଷୟରେ ଗାଡି ଚାଳକ ମାନଙ୍କୁ ସଚେତନ କରିଥିଲେ । ଏହି ଅଭିନବ ସଚେତନତା କାର୍ଯ୍ୟକ୍ରମରେ ହେଲମେଟ୍ ଓ ସିଟବେଲ୍ଟ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ ସ୍ୱାଗତ କରାଯାଇଥିବାବେଳେ ହେଲମେଟ୍ ଓ ସିଟ୍ବେଲ୍ଟ ପିନ୍ଧିନଥିବା ଗାଡ଼ି ଚାଳକଙ୍କୁ ଶପଥ ପତ୍ର ପାଠ ସହ ସଡ଼କ ସୁରକ୍ଷା ଆଇନ ସଂପର୍କରେ ସ୍ୱେଚ୍ଛାସେବୀମାନେ ଅବଗତ କରାଇଥିଲେ ।
ରାକ୍ସି ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ସଭାପତି ମୁକେଶ ଭୋଇ ଓ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଦେବରାଜ ଭୋଇଙ୍କ ସହ ସଦସ୍ୟ ଭୂପତି, ଦିନେଶ, ନରେଶ, ରାଧେ, ହୃଦା, ତୋଫାନ, ସାନ, ଦେବେନ୍ଦ୍ର, ବିକାଶ ପ୍ରମୂଖ ଉପସ୍ଥିତ ଥିଲେ । ବିଜୁ ଯୁବବାହିନୀର ଏହି କାର୍ଯ୍ୟକ୍ରମକୁ ନେଇ ଗାଡ଼ିଚାଳକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ସାଧାରଣରେ ପ୍ରଶଂସା କରାଯାଇଥିଲା ।
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta