ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର, ସ୍ଥାନାନ୍ତରିତ ପାଇଁ ସ୍କୁଲ ପକ୍ଷରୁ ଦାବି

କୋକସରା,୧୮/୧୦ : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ଗମ୍ଭାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୧ କେ.ଭି ବିଦ୍ୟୁତ ତାର ବିପଦପୂର୍ଣ୍ଣ ଅବସ୍ଥାରେ ଦିର୍ଘ ଦିନରୁ ରହିଛି । ଯାହା ଫଳରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ମୁଣ୍ଡ ଉପରେ ବିପଦ ରହିଥିବା ବେଳେ ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ବ୍ୟାପ୍ତି ନାଏକ ବିଭାଗୀୟ ଅଧିକାରୀ ତଥା ବିଦ୍ୟୁତ ବିଭାଗକୁ ଲଖିତ ଭାବରେ ଜଣାଇଥିଲେ ସୁଦ୍ଧା ଏହାର କୌଣସି ବ୍ୟବସ୍ଥା ହେଉନଥିବା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ କିଛି ଦିନ ତଲେ ଗୋଷ୍ଠୀ ଶିକ୍ଷାଧିକାରୀ ସ୍କୁଲ ପରିଦର୍ଶନରେ ଆସି ଏହାର ସମାଧାନ କରିବା ପାଇଁ କହିଥିବା ବେଳେ ଦିର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଏହାର କୌଣସି ବ୍ୟବସ୍ଥା ହୋଇପାରି ନଥିବା ଶିକ୍ଷକ ମାନେ କହିଛନ୍ତି । ଅନ୍ୟପଟେ ବିଦ୍ୟୁତ ବିଭାଗ ଅବଗତ ଥାଇ ମଧ୍ୟ ଏଥିପ୍ରତି କାହିଁକି କର୍ଣ୍ଣପାତ କରୁନାହାଁନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୩୫ ଜଣ ଛାତ୍ରଛାତ୍ରୀ ପାଠପଢୁ ଥିବା ବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ୧୧ କେ.ଭି ବିଦ୍ୟୁତ ତାର ଯୋଗୁଁ ଛାତ୍ରଛାତ୍ରୀ ମାନେ ଡରିଡରି ବିଦ୍ୟାଳୟକୁ ଆସୁଥିବା ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଏପଟେ ବେଳ ଥାଉଥାଉ ଏହି ବିପଦପୂର୍ଣ୍ଣ ବିଦ୍ୟୁତ ତାରକୁ ଅନ୍ୟତ୍ର ସ୍ଥାନାନ୍ତର କରାନଗଲେ କୌଣସି ଅଘଟଣକୁ ଏଡାଇ ଦିଆଯାଇ ନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏନେଇ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀଙ୍କୁ ପଚାରିବାରୁ ମୋ ଜ୍ଞାତରେ ଆସିନାହିଁ, ଆପଣଙ୍କ ମାଧ୍ୟମରେ ଆମେ ଜଣିବାକୁ ପାଇଲୁ । ମୁଁ ସ୍କୁଲ ପରିଦର୍ଶନରେ ଯାଇ ଦେଖିଲାପରେ ବିଦ୍ୟୁତ ବିଭାଗକୁ ଜଣାଇ ଦେଇ ଶିଘ୍ର ତାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସେହିପରି କୁଷୁମଖୁଣ୍ଟି ବିଦ୍ୟୁତ ଡିଭିଜନର ସହକାରୀ ଯନ୍ତ୍ରୀ ପି.କେ ଦାସଙ୍କୁ ପଚାରିବାରୁ ଆମ ପାଖରେ ଖବର ନାହିଁ, ଆମ କର୍ମଚାରୀଙ୍କୁ ମୁଁ ସେଠାକୁ ପଠାଇ ଦେଉଛି ଦେଖିଲା ପରେ ତାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.