ରାୟଗଡ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ

ରାୟଗଡ,୧୯/୧୦ : ଓଡିଶାର ଉଚ୍ଚତମ ନ୍ୟାୟାଳୟରେ ବିଚାରପତିଙ୍କ ନିଯୁକ୍ତି ନେଇ ବର୍ତମାନ ଯେଉଁ କଲିଜିୟମ ବ୍ୟବସ୍ଥାକୁ ଲାଗୁ କରାଯାଇଛି ତାହାକୁ ଉଚ୍ଛେଦ କରାଯାଇ ପୂର୍ବପରି ସରକାରୀ ସ୍ତରରେ ନ୍ୟାସନାଲ ଜୁଡିସିଆଲ ଅପେଂଟମେଂଟ କମିଶନ ମାଧ୍ୟମରେ ଯେଉଁ ବ୍ୟବସ୍ଥା ଚାଲୁ ରହିଥିଲା ତାହାକୁ ବଳବତ୍ତର ରଖାଯାଇ ସେହି ବ୍ୟବସ୍ଥା ମାଧ୍ୟମରେ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ସାରା ରାଜ୍ୟରେ ଅଦାଲତଗୁଡିକରେ କାର୍ଯ୍ୟବନ୍ଦ ପାଇଁ ଡାକରା ଦିଆଯାଇଥିବା ବେଳେ ଏହାକୁ ସମର୍ଥନ କରି ଶୁକ୍ରବାର ଦିନ ରାୟଗଡ ଜିଲ୍ଳା ବାର ଆସୋସିଏସନ ପକ୍ଷରୁ ଗୋଟିଏ ଦିନ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଏ ନେଇ ରାୟଗଡ ବାର ଆସୋସିଏସନର ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ହାଇକୋର୍ଟରେ ବିଚାରପତିମାନଙ୍କ ନିଯୁକ୍ତିକୁ ନେଇ କଲେଜିୟମ ବ୍ୟବସ୍ଥା ଯୋଗୁଁ ପକ୍ଷପାତିତା ହୋଇଛି ତାହାକୁ ବିରୋଧ କରି ହାଇକୋର୍ଟ ବାର ଆସୋସିଏସନ ବନ୍ଦ ଡାକାର ଦେଇଛନ୍ତି । ଏହାର ସମର୍ଥନ କରିବା ସହ ରାୟଗଡ ବାର ଆସୋସିଏସନ ପକ୍ଷରୁ ମଧ୍ୟ କଲେଜିୟମ ବ୍ୟବସ୍ଥାକୁ ଉଚ୍ଚେଦ କରାଯାଇ ସରକାରୀ ସ୍ତରରେ ଯେଉଁ ନ୍ୟାସନାଲ ଜୁଡିସିଆଲ ଆପେଂଟମେଂଟ କମିଶନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉ ବୋଲି କହିବା ସହ କଲେଜିୟମ ବ୍ୟବସ୍ଥାରେ ନନ୍ ପ୍ରାକ୍ଟିସିଆନମାନଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରୁଛୁ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ବାର ଆସୋସିଏସନର ସମସ୍ତ ଆଇନଜୀବିମାନେ ସାମିଲ ହୋଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.