ଲାଞ୍ଜିଗଡ ରୋଡ ଓ ବିଶ୍ବନାଥପୁର ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀର ରକ୍ଷକ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ ୧୯/୧୦ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରୋଡ ଓ ବିଶ୍ବନାଥପୁର ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ଦ୍ବାରା ପୃଥକ ପୃଥକ ଭାବରେ ‘ରକ୍ଷକ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନୂତନ ମୋଟରଯାନ ଆଇନ ବିଷୟରେ ଜନତାଙ୍କୁ ସଚେତନ କରିବାସହ ସଡକ ଦୂର୍ଘଟଣା ହ୍ରାସ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀର ରକ୍ଷକ କାର୍ଯ୍ୟକ୍ରମ

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ରୋଡ଼ ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ଦ୍ଵାରା ଭବାନୀପାଟଣା – ରାୟଗଡ଼ା ରାଜ୍ୟ ରାଜପଥର ସିକେରକୁପା ଛକ ଠାରେ ‘ରକ୍ଷକ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ବିଜୁ ଯୁବବାହିନୀର ସଭାପତି ସତ୍ୟନାରାୟଣ ପଟ୍ଟନାୟକ ଓ ସଂପାଦକ ଡିଲେଶ କୁମାର ନାଗ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଟଙ୍କଧର ମାଝୀ ମୁଖ୍ୟ ଅତିଥି ଓ ସିକେରକୁପା ଫାଣ୍ଡି କନେଷ୍ଟବଳ ଭୁବନେଶ୍ୱର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ହେଲମେଟ୍ ଓ ସିଟବେଲ୍ଟ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିବାବେଳେ ହେଲମେଟ୍ ଓ ସିଟ୍ବେଲ୍ଟ ପିନ୍ଧିନଥିବା ଗାଡ଼ି ଚାଳକଙ୍କୁ ଶପଥ ପତ୍ର ପାଠ ସହ ସଡ଼କ ସୁରକ୍ଷା ଆଇନ ସଂପର୍କରେ ସ୍ୱେଚ୍ଛାସେବୀମାନେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ବିଜୁ ଯୁବବାହିନୀ ସଦସ୍ୟ ସୌରଭ ପାତ୍ର, ସରୋଜ ପ୍ରଧାନ, ଅଜିତ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ବିଶ୍ବନାଥପୁର ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀର ରକ୍ଷକ କାର୍ଯ୍ୟକ୍ରମ

ବିଶ୍ବନାଥପୁର ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ଦ୍ବାରା ସ୍ଥାନୀୟ କଲେଜ ଛକରେ ଆୟୋଜିତ ‘ରକ୍ଷକ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଇଂ ଫକିର ମୋହନ ମାଝୀ ଯୋଗଦେଇ ବିଜୁ ଯୁବବାହିନୀର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଜନ ସଚେତନତା ଲକ୍ଷ୍ୟନେଇ କଲେଜ ଛକଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଯାନ ବାହାନ ଚାଳକ ମାନଙ୍କାକୁ ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର କରିବା, ସୁରକ୍ଷିତ ଭାବରେ ଗାଡି ଚଲାଇବା, ମଦ୍ୟପାନ ନକରି ଗାଡି ଚଲାଇବା, ସମସ୍ତ ଆବଶ୍ୟକିୟ କାଗଜପତ୍ର ନିଜ ପାଖରେ ରଖିବା ଆଦି ବିଷୟରେ ବିଷଦ ଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ବିଇଓ ସଞ୍ଜିବ ନାଏକ, ଏବିଡିଓ ବିଭୁତି ଭୁଷଣ ଶତପଥୀ, ଏଏସଆଇ ଅର୍ଜୁନ ଚରଣ ନାଏକ, ବିଶ୍ବନାଥପୁର ସରପଞ୍ଚ ପିଙ୍କି ଶିରିଶିକା, ପିଇଓ ବେଣୁଧର କନ୍ଧପାଣି, ବିଜୁ ଯୁବବାହିନୀ ଲାଞ୍ଜିଗଡ ବ୍ଲକ ସଂଯୋଜକ ଜଗସନ୍ ସାହୁ, ସମ୍ପାଦକ ଅଜିତ ପ୍ରଧାନ, କୋଷାଧ୍ୟକ୍ଷ ବିନୟ ସାହୁଙ୍କ ସହ ବିଜୁ ଯୁବ ବାହିନୀ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.