ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ-ପୁଅ ମୃତ

ସୋନପୁର,୧୯/୧୦ : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ-ପୁଅଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ସହଦେବ ସାହୁ (୫୫) ଓ ତାଙ୍କ ବଡ ପୁଅ ଦେବାନନ୍ଦ ସାହୁ (୩୧) । ଏହି ଦୁର୍ଘଟଣାରେ ସହଦେବଙ୍କ ସାନ ପୁଅ ଅରୁପାନନ୍ଦ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଗତକାଲି ରାତିରେ ସହଦେବ, ବଡ ପୁଅ ଦେବାନନ୍ଦ ଓ ସାନପୁଅ ଅରୁପାନନ୍ଦଙ୍କ ସହ ସ୍ଥାନୀୟ ବାଉରୀଯୋର ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ସେମାନେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସହଦେବ ଏବଂ ଦେବାନନ୍ଦଙ୍କ ମୃତ୍ୟୁ ଘଟିଥିଲା । ଅରୁାନନ୍ଦ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡିଥିଲେ । ତେବେ ସେ କୌଣସି ପ୍ରକାର ଜୀବନ ବଂଚାଇ ଘରେ ପହଂଚିବା ସହିତ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକଙ୍କ ସହାୟତାରେ ତୁରନ୍ତ ଚିକିତ୍ସା ନିମନ୍ତେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରବର୍ତି ସମୟରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ସୁବଳୟା ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଂଚି ମୃତକ ଦ୍ୱୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏନେଇ ତଦନ୍ତ ଆରମ୍ଭ କରିଛି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarra.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.