ମହାଶକ୍ତି ଫାଉଣ୍ଡେସନର ପଞ୍ଚଦଶ ବାର୍ଷିକୋତ୍ସବ

କଳାହାଣ୍ଡି,୧୯/୧୦(ହେମନ୍ତ ସାହୁ): ମ.ରାମପୁର ବ୍ଲକ ବୁରାଟ ସ୍ଥିତ ମହାଶକ୍ତି ଫାଉଣ୍ଡେସନର ପଞ୍ଚଦଶ ବାର୍ଷିକୋତ୍ସବ ପାଳିତ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି ଯୋଗଦେଇ ମହାଶକ୍ତି ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଶଂସନୀୟ ଏବଂ ନିଜର ନିଷ୍ଠା ବଳରେ ଏହି ଅନୁଷ୍ଠାନ ଆଜି ନିଜର କାୟା ବିସ୍ତାର କରି ସମାଜର ତଳ ଶ୍ରେଣୀର ଲୋକଙ୍କ ସେବା କରୁଛି ବୋଲି କହିଥିବାବେଳେ ସମ୍ମାନୀତ ଅତିଥି ଭାବରେ ପରିଚାଳନା ନିର୍ଦ୍ଦେଶକ ଯୁଗଳକିଶୋର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଜ୍ୟୋତି ରଂଜନ ମହାପାତ୍ର, ମହାଦେଇ ବାଗ, ପୁଷ୍ପାଞ୍ଜଳୀ ଶର୍ମା, କଳାବତୀ ଭୋଇ, କାଳେନ୍ଦ୍ରୀ ଭୋଇ, ଆଇନଜୀବି ମନୋଜ ଦାସ, ସାମ୍ବାଦିକ କମ୍ବୁପାଣି ମିଶ୍ର ପ୍ରମୁଖ ମଂଚାସୀନ ରହି ଫାଉଣ୍ଡେସନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମଂଚ ସଂଯୋଜନ କରିଥିଲେ ସଂପାଦକ ଯୋଗାନନ୍ଦ ବେହେରା। ଏହି ଅବସରରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହେଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଦେବାଶିଷ ମହାକୁଡ଼, ସରିତା ଶତପଥୀ, ପ୍ରମୋଦ ମୁଗରୀ, ଉତ୍କଳ ଛତ୍ରିଆ, ଶୋଭାବନ ବାଗ, ଜ୍ୟୋତିଷ ନାଏକ, ପ୍ରଜ୍ୱଳ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.