ଆସ୍ଥା ଓ ବିଶ୍ବାସର ମୂର୍ତ୍ତିମନ୍ତ ପ୍ରତୀକ ଆମପାଣି ବୁଢାରଜା

ବୁଢାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ ଓ ଲାଠି ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ

Omkar Vasthu
Omkar Vasthu

କୋକସରା,୧୯/୧୦ : କଳାହାଣ୍ଡର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଶେଷ ହେଲାପରେ କଳାହାଣ୍ଡି ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଯାତ୍ରା ହେଉଛି ଆମପାଣି ବୁଢାରଜାଙ୍କ ଦଶରା ମହୋତ୍ସବ । କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଗ୍ରାମର ଆରଧ୍ୟ ଦେବତା ପ୍ରଭୂ ବୁଢାରଜା ଏହି ମହୋତ୍ସବରେ ଭକ୍ତ ଜନଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରିଥାନ୍ତି । ଅଭିଚାର ତନ୍ତ୍ର ଧାରାର ଏକ ବଳିଷ୍ଠ ଦେବତା ଭାବେ ବୁଢାରଜାଙ୍କ ପ୍ରସିଦ୍ଧି ରହିଛି । ଏହି ଦେବତାଙ୍କୁ ନେଇ ଲୋକଗୀତ ଓ ଲୋକସଂଗୀତ ସବୁ ମୁଖରିତ ହୋଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଲୋକଗୀତ ଢାପ୍ ରେ –

“ଜୁଆର ଗୋ ମାଁ ବୁଢାରଜା ପତରେ ପାନି ପୂଜା
ତର୍ ନାଁ ଧରି ଗୀତ୍ ଗାଉଚୁଁ
ସଭାରେ ନକର ଲଜ୍ଜା ଜୁହାର ମାଁ
ଆମର ମାଁ ଆମର ମାଟ ପାଟକେ ଜୁଆର ମାଁ….
କଲାବୁକା ଦେମୁଁ ଦୁଆର୍ ସୁନୀକେ ଜୁହାର ମାଁ
ଆମର ମାଟ ପାଟକେ ଜୁହାର ମାଁ….।।”

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସିମାନ୍ତ ଆମପାଣି ଗ୍ରାମର ଆରଧ୍ୟ ଦେବତା ପ୍ରଭୂ ବୁଢାରଜା ଦେବଙ୍କ ବର୍ଷିକ ଦଶରା ଓ ଲାଠି ଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଲିଥିଲା । କୁମାର ପୂର୍ଣ୍ଣିମାର ପ୍ରଥମ ଶନିବାର ଦିନ ପ୍ରତିବର୍ଷ ବୁଢାରଜା ଦେବଙ୍କ ଦଶରା ମହୋତ୍ସବ ବା ଲାଠିଯାତ୍ରା ପାଲିତ ହୋଇଥାଏ । ଦଶରାକୁ ନେଇ ଆମପାଣି ଅଂଚଳ ବାସୀ ଖୁବ୍ ଉତ୍ସାହିତ ଥିବାବେଳେ ଚଳିତ ବର୍ଷ ଦଶରାକୁ ଆହୁରି ଆକର୍ଷଣ କରିବା ପାଇଁ ମିନା ବଜାର, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ ଓ ଘମୁରା ପ୍ରତିଯୋଗୀତା ରଖାଯାଇଥିଲା ।

ଶୁକ୍ରବାର ଲାଠି ପୂଜନୋତ୍ସବ ସରିଥିବା ବେଲେ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ମେଲୋଡି ଡ୍ୟାନ୍ସ୍ ରଖାଯାଇଥିଲା । ଶନିବାର ଦିବା ୧.୩୦ ମି. ରେ ମନ୍ଦିର ପୁଝାରୀଙ୍କ ଘରୁ ପ୍ରଭୂ ବୁଢାରଜାଙ୍କ ଲାଠିଯାତ୍ରା ଆରମ୍ଭ ହୋଇଥିଲା । ଲାଠିଯାତ୍ରାରେ ବିଭିନ୍ନ ନୃତ୍ୟ, ସଂଗୀତ ସହି ଘଣ୍ଟ ଦଳ ଯୋଗଦେଇ ବୁଢାରଜାଙ୍କ ପିଠରେ ପହଂଚିଲା ପରେ ଅପରାହ୍ନ ୪ ଘଣ୍ଟା ସମୟରେ ଲାଖବିନ୍ଧା କାର୍ଯ୍ୟକ୍ରମ ହୋଇଥିଲା । ବୁଢାରଜାଙ୍କ ମାନସିକ ଧାରୀ ମାନେ ବୁଢାରଜାଙ୍କ ଠାରେ ଶୁକ୍ଲ ଭୋକ ଅପର୍ଣ କରିଥିବା ବେଳେ, ପାର୍ଶ୍ବ ଦେବା ଦେବୀଙ୍କ ଠାରେ ରକ୍ତ ଭୋଗରେ ବେଦା, କୁକୁଡା, ଛୋଲି ଇତ୍ୟାଦି ଦେଇଥାନ୍ତି ।

ପ୍ରସିଦ୍ଧ ବୁଢାରଜାଙ୍କ ଦଶରା ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ପଡୋସୀ ନବରଙ୍ଗପୁର, କୋରାପୁଟ ଓ ନୂଆପଡା ଜିଲ୍ଲା ସମେତ ପଡୋଷି ରାଜ୍ୟ ଛତିଶଗଡରୁ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ଦେଖିବାକୁ ମିଲିଥାଏ । ଚଳିତ ବର୍ଷ ଦଶରା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ ଓ ଘୁମୂରା ପ୍ରତିଯୋଗିତା ମୂଖ୍ୟ ଆକର୍ଷଣ ରହିଥିଲା । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଳିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟପକ ବ୍ୟବସ୍ଥା କରାଯାଇଥିବା ଧର୍ମଗଡ ଉପଖଣ୍ଡ ପୋଳିସ ଅଧିକାରୀ ଲକ୍ଷ୍ମ ପଣ୍ଡା ସୂଚନା ଦେଇଛନ୍ତି । ଚଳିତ ବର୍ଷ ଦଶରା କମିଟିର ସଭାପତି ରୁତୁରାଜ ମାଝୀ, ଉପ-ସଭାପତି ତ୍ରୀନାଥ ପ୍ରଶନ୍ନ ରାୟ, ସଂପାଦକ ଡମ୍ବରୁ ଧର ପୁଝାରୀ, ସହ- ସଂପାଦକ ରହସ୍ୟ ନାଏକ, କୋଷାଧ୍ୟକ୍ଷ ଗଙ୍ଗାଧର ନାଏକ । ପୁଜା କମିଟିର ସଦସ୍ୟ ଭାବେ ତିଲୋତ୍ତମା ନାଏକ, କୁମୁଦ ଚନ୍ଦ୍ର ପୁଝାରୀ, ଦୁର୍ଯୋଧନ ମାଝୀ, ଧନୁର୍ଯ୍ୟ ମାଝୀ, କେଶରୀ ମାଝୀ, ଦିନବନ୍ଧୁ ମାଝୀ ପ୍ରମୂଖ ଦାୟୀତ୍ୱ ନିର୍ବାହ କରିଥିଲେ ।

ଉପସ୍ଥାପନା :
ଜଗଦିଶ ଚନ୍ଦ୍ର ନାଏକ ହିରଣ୍ୟ ବେହେରା

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.