ନୀତି ଆୟୋଗର ଆକାଂକ୍ଷୀ : ରାୟଗଡ ଜିଲ୍ଳାରେ ଏକ ଦିବସୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷିଣ ଶିବିର

ରାୟଗଡ,୧୯/୧୦ : ନୀତି ଆୟୋଗର ଆକାଂକ୍ଷୀ ରାୟଗଡ ଜିଲ୍ଳାରେ ଆଇଟିସି ମିଶନ ସୁନହେରା କାଲ ପ୍ରୟୋଜକ ଓ ମାସ୍ ସଂସ୍ଥା, ଆୟୋଜକଙ୍କ ଦ୍ୱାରା ଗ୍ରାମ ବିଶେଷଜ୍ଞ ବ୍ୟକ୍ତି (ଭିଆରପି)ପାଇଁ ସ୍ଥାନୀୟ ଜଳ ବିଭାଜିକା ମିଶନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶନିବାର ଦିନ ଏକ ଦିବସୀୟ କର୍ମଶାଳା ଏବଂ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଶିବିରରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଏପରି କାର୍ଯ୍ୟକ୍ରମ ଦ୍ୱାରା ନୀତି ଆୟୋଗଙ୍କ ଆକାଂକ୍ଷୀ ରାୟଗଡ ଜିଲ୍ଳାରେ ଚାଷ, ପ୍ରାଣୀ ଓ ଅନ୍ୟ କ୍ଷେତ୍ରରେ କିପରି ଉନ୍ନତୀ ହୋଇ ପାରିବ ଯଦ୍ୱାରା ରାୟଗଡ ଜିଳ୍ଳାରେ ସିଓସି ଡ୍ୟାସବୋର୍ଡ ଉନ୍ନତୀ ହେବ ଏବଂ ଏହା ଆକାଂକ୍ଷୀ ଜିଲ୍ଳା ହୋଇ ଆଉ ରହିବ ନାହିଁ ବୋଲି କହିଥିଲେ । ସେହିପରି ଆଇଟିସି ମିଶନ ସୁନହେରା କାଲ ଆକାଂକ୍ଷୀ ଜିଲ୍ଳାରେ ସର୍ବଦା ସମଗ୍ର କୃଷି ବିକାଶ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥାଏ ବୋଲି ଆଇଟିସିର ସିନିୟର ପ୍ରୋଗାମ ମ୍ୟାଜେନର ପ୍ରବଣ ନାୟକ ପ୍ରକାଶ କରିଥିଲେ । ଏହି ବୈଠକରେ ମୁଖ୍ୟତଃ ଉପକୃଷି ଅଧିକାରୀ ଓ ବ୍ଳକ ବୈଷୟିକ ଟେକ୍ନିସିଆନମାନଙ୍କୁ ମାଷ୍ଟର ଟ୍ରେନର ହିସାବରେ ବଚ୍ଛାଯାଇ କାସ୍କେଡ (ପର୍ଯ୍ୟାୟନୁକ୍ରମେ)ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ରବି-୨୦୧୯)କୁ ଆଗକୁ ନେବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ।

Udyog Nursery
Udyogi Nursery

ଏଥିରେ ଜମି ପ୍ରସ୍ତୁତି କରଣ, ବିହନ ଚୟନ ଓ ଉପଚାର, ବିହନ ଲଗାଇବା, ସାର ପ୍ରୟୋଗ, ଘାସ ଦମନ, ଜଳ ସେଚନ ପରିଚାଳନା, ସମନ୍ୱିତ କୀଟ ନିୟନ୍ତ୍ରଣ, କୀଟ ପତଙ୍ଗ ନିୟନ୍ତ୍ରଣ, ରୋଗ ନିୟନ୍ତ୍ରଣ, ଅମଳ, ସଂରକ୍ଷଣ ଓ ସରକାରୀ ଯୋଜନାକୁ ଅନିବାର୍ଯ୍ୟ ରୂପରେ ଆହରଣ କରିବା ଆଦି ବିଷୟଗୁଡିକରେ ଉଚ୍ଚାକାଂକ୍ଷୀ ଚାଷିଙ୍କୁ ସଠିକ ଉପଦେଶ, କମ ଖର୍ଚ୍ଚ କରିବା ଓ ଅଧିକ ଅମଳ ପାଇବା ପାଇଁ ବୁଝେଇବା ଏବଂ ସଜାର ରହିବା ଆଦି ସଂପର୍କରେ ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ସିଂ, ମୁନିଗୁଡା କୃଷି ଅଧିକାରୀ ରିଲିଜସ୍ ବେକ୍, ଡିପିଡି- ଆତ୍ମା, ମାସ୍ ସଂସ୍ଥାର ଜିଲ୍ଳା ସଂଯୋଜକ କିରଣ କୁମାର ଦାଶ ଓ କର୍ମକର୍ତା ଦେବେନ୍ଦ୍ର ଗୈାଡ, ନିରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.