କଳାହାଣ୍ଡି,୧୯/୧୦ : ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲା ଠାରେ ଶନିବାର ବ୍ଲକ ସ୍ତରୀୟ ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ର ନିର୍ମାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ନୂତନ ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତିଆ ବନଛୋରଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ନାଏକ, ସମ୍ମାନିତ ଅତିଥି ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଶିକ୍ଷା ଅଧ୍ୟାପିକା ଡକ୍ଟର ସୁଜାତା ମୁଣ୍ଡ ପ୍ରମୂଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ ।

ଇଂରାଜୀ ଅଧ୍ୟାପିକା ବାସନ୍ତି ସାହୁ, ଭୀମକେଲା ଉଚ୍ଚ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ସଂଜୟ କୁମାର ସେନାପତି, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ପୂର୍ବତନ ଜାତୀୟ ଯୁବ ସ୍ବେଛାସେବୀ ହେମସଗାର ସାହୁ ପ୍ରମୂଖ ବିଚାରକ ଭାବେ ଉପସ୍ଥିତ ଥିଲେ । ପ୍ରତିଯୋଗିତାରେ ହରିଶ ହରପାଳ ପ୍ରଥମ, ଗୀତାଞ୍ଜଳୀ ବୈଠାରୁ ଦ୍ବିତୀୟ ଓ ଧର୍ମେନ୍ଦ୍ର କୁମାର ବାହୁକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ନର୍ଲା ବ୍ଲକର ଜାତୀୟ ଯୁବ ସ୍ବେଛାସେବୀ ମିଲନ କୁମାର ଭୋଇ ଓ ସଭାପତିତ୍ବ କରିଥିଲେ ଉତ୍କଳିକା ସାହୁ ।





