ବଲାଙ୍ଗିର,୨୦/୧୦ : ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ଲୋକଙ୍କ ସହ ଜଡ଼ିତ ରହିଆସିଥିବା ମାହେଶ୍ବରୀ ସଂଗଠନ ପ୍ରଦୂଷଣ ରୋକିବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛି । ଏହି ଅବସରରେ ଆଜି ସକାଳ ୮ ଟା ସମୟରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ଏକ ବିଶାଳ ସାଇକେଲ ରାଲି ବାହାରି ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାବାସୀ ସାମିଲ ହୋଇ ପରିବେଶ ସୁରକ୍ଷା ଦିଗରେ ସଚେତନତା କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।
ମାହେଶ୍ବରୀର ସମସ୍ତ କାର୍ଯ୍ୟକ୍ରମରେ ଯଉଁଭଳି ଭାବେ ବଲାଙ୍ଗିର ସହରବାସୀ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ଆଜି ଏହି ସାଇକେଲ ରାଲିକୁ ମଧ୍ୟ ସଫଳ କରିବାରେ ସହରବାସୀଙ୍କ ଯୋଗଦାନ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ମାହେଶ୍ବରୀ ସଂଗଠନ ପକ୍ଷରୁ କୁହାଯାଇଛି।
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in






