ରାୟଗଡ,୨୧/୧୦ : ରାୟଗଡ ଜିଲ୍ଳା ସଦର ମହକୁମାର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ କ୍ୱାଟର୍ସ ପରିସରରେ ୬୦ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା ।

୪ର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡଡେଂଟ ୱାଇ.କେ.ରାଜପୁତ ଦେଶମାତୃକା ପାଇଁ ଶହୀଦ ହୋଇଥିବା ପୋଲିସ ଯବାନମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞପନ କରିବା ସହ ସ୍ମୃତିଚାରଣ କରିଥିଲେ । ୧୯୫୯ ମସିହାରେ ଚୀନ ସହ ଯୁଦ୍ଧ କରି ସିଆରପିଏଫର ଏକ ପ୍ଳାଟୁନର ୧୦ଜଣ ପୋଲିସ ଯବାନମାନେ ଶହୀଦ ହୋଇଯାଇଥିଲେ । ୨୦୧୮ – ୨୦୧୯ ବର୍ଷରେ ଦେଶ ମାତୃକା ପାଇଁ ୨୯୯ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ବଳିଦାନକୁ ମନେ ରଖିବା ପାଇଁ ଅକ୍ଟୋବର ୨୧ତାରିଖକୁ ପୋଲିସ ଶହୀଦ ଦିବସ ପାଳନ କରାଯାଉଛି ବୋଲି ଶ୍ରୀ ରାଜପୁତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେକେଣ୍ଡ-ଇନ-କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାର, ଆସିସଷ୍ଟାଂଟ କମାଣ୍ଡଡେଂଟ ଜି.ସି.ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta




