ରାୟଗଡ,୨୧/୧୦ : ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଠାରେ ଥିବା ରିର୍ଜବ ପୋଲିସ ପଡିଆରେ ଆଜି (ସୋମବାର) ୬୦ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ଆୟୋଜିତ ଏହି ପୋଲିସ ଶହୀଦ ଦିବସରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ. ଯୋଗଦେଇ ପୁଷ୍ପାମାଲ୍ୟ ଅର୍ପଣ ପୂର୍ବକ ଶହୀଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

ଜିଲ୍ଳା ଏସ.ପି.ଶ୍ରୀ ସର୍ବଣା ବିବେକ ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ୧୯୫୯ ମସିହାରେ ସିଆରପିଏଫର ଏକ ପ୍ଳାଟୁନ ଫୋର୍ସ ଦେଶରକ୍ଷା ନିମିତ ଯୁଦ୍ଧ ସମୟରେ ଶହୀଦ ହୋଇଥିବାରୁ ସେହି ଦିନ ଠାରୁ ଏହି ଶହୀଦ ଦିବସ ପାଳନ କରାଯାଉଛି ବୋଲି କହିବା ସହ ୨୦୧୮ – ୧୯ ବର୍ଷରେ ଦେଶମାତୃକା ପାଇଁ ଶହୀଦ ହୋଇଥିବା ଦେଶର ୨୯୯ଜଣ ଯବାନଙ୍କ ସ୍ମୃତିଚାରଣ କରିଥିଲେ ।

ଏଥିରେ ଓଡିଶାର ୨ଜଣ ଯବାନ ଶହୀଦଙ୍କ ନାମ ରହିଥିଲା । ସେହିପରି ଶହୀଦ ହେଉଥିବା ଯବାନଙ୍କ ପରିବାର ବର୍ଗ କିପରି ଭାବେ ଖୁସିରେ ରହି ପାରିବେ ସେ ନେଇ ସରକାର ଉଦ୍ୟମ ଜାରି ରଖିଥିବା ସେ କହିଥିଲେ । ଏହି ଦିବସ ପାଳନ ଅବସରରେ ରିଜର୍ବ ଇନ୍ସପେକ୍ଟର ରାମଜିତ ହେମ୍ବ୍ରମ, ସରଜେଂଟ ନିରଂଜନ ନାୟକ ଓ ଏସ.ଆଇ.ଏ. ଭାସ୍କର ପ୍ରଧାନ ଅନୁଷ୍ଠିତ ପ୍ୟାରେଡକୁ ପରିଚାଳନା କରିଥିବା ବେଳେ ହାବିଲଦାର ଟି.ବାବୁରାଓ ପୋଲିସ ବ୍ୟାଣ୍ଡ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅଶୋକୁ କୁମାର ସାହୁ, ଡିଏସପି ଶିବରାମ ନାୟକ, ଏସଡିପିଓ ତପନ ନାରାୟଣ ରଥ, ଡିଏସପି ବଟକୃଷ୍ଣ ମିଶ୍ର, ରାୟଗଡ ଥାନାଧିକାରୀ ନିହାରରଂଜନ ପ୍ରଧାନ ଓ ଚାନ୍ଦିଲି ଥାନାଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଏବଂ ଜେକେ କାଗଜ କଳର ବିନୟ ଦ୍ୱିବେଦୀ ଉପସ୍ଥିତ ରହିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta





