ସଇଁତଲା,୨୧/୧୦ : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ଗ୍ରାମପଞ୍ଚାୟତର ଜାମଖୁଣ୍ଟା ଗ୍ରାମରେ ଭାଗବତ ପାରାୟଣ ଆୟୋଜିତ ହୋଉଛି । ଏହି ପାରାୟଣରେ ଗାୟକ ଭାବରେ ଶ୍ରୀଯୁକ୍ତ ନରସିଂହ ଦାଶ (ପୂଜା ର ସଭାପତି) ଏବଂ ପ୍ରବଚନ ଦେଉଛନ୍ତି ବରଗଡ଼ ଜିଲ୍ଲା ନିଲେଇପାଳିର ମୁଲଜି ମହାରାଜ ଓ ବାଗ ଭୂଷଣ ବାଳକ ଦାସ ମହାରାଜ । ଏଥିରେ ବହୁତ ଦୂରଦୂରାନ୍ତରୁ ସାଧୁ ମନେ ମଧ୍ୟ ଆସିଛନ୍ତି । କର୍ତ୍ତା ଭାବରେ ଜାମଖୁଣ୍ଟାର ଗାଁ ଗନ୍ତିଆ ସୂର୍ଯ୍ୟ ନାରାୟଣ ବଗର୍ତ୍ତୀ ଓ ତାଙ୍କ ଧର୍ମ ପତ୍ନୀ ହରିପ୍ରୟା ବଗର୍ତ୍ତୀ ଦାଇତ୍ବ ନିର୍ବାହ କରୁଛନ୍ତି ।
ଅମୁଲ୍ୟ ଜୀବନ ସମ୍ପଦ । କହୁଁ ପାଇବୁ କୃଷ୍ଣ ପାଦ ।।
ଏଣୁ ମୋ ବୟସ ସରିଲା । କୃଷ୍ଣ କଥାରେ ଦିନ ଗଲା ।।

୧୯ ତାରିଖ ରେ କଲସ ଯାତ୍ରା ହେଇଥିବାବେଳେ ୨୬ତାରିଖ ପୂର୍ଣ୍ଣାହୁତି ହେବ । ପ୍ରତଦିନ ସନ୍ଧ୍ୟା ୭ ରୁ ୯ ପର୍ଯ୍ୟନ୍ତ ପ୍ରବଚନ ହେଉଥିବା କମିଟି ସୁତ୍ରରୁ ପ୍ରକାଶ । କୃଷ୍ଣ ଭକ୍ତିରେ ଭକ୍ତମାନେ ତଲ୍ଲିନ ହେଉଥିବାବେଳେ ଏହି ଭବ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି ପେଣ୍ଡରମାଲ ଗୋସାଇଁ ଭାଗବତ ବୃନ୍ଦ ଓ ଜାମଖୁଣ୍ଟା ଗ୍ରାମବାସୀ ବୃନ୍ଦ ।
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in






