ଗଳ୍ପ : ସର୍ଜିକାଲ୍ ଷ୍ଟ୍ରାଇକ୍

🖋ଅରବିନ୍ଦ ଦାସ

“ସର୍ଜିକାଲ୍ ଷ୍ଟ୍ରାଇକ୍ କଣ ମମି? ଟିଚର୍ ହୋମୱାର୍କରେ ଦଶ ଲାଇନ ଲେଖି ଆଣିବାକୁ କହିଛନ୍ତି। ଜଲଦି କୁହ।”

Omkar Vasthu
Omkar Vasthu

ପୁଅ ଭିକି’ର ପ୍ରଶ୍ନ ଶୁଣି ବିରକ୍ତ ହୋଇ ସବିତା କହିଲା, “ଓହୋ, ଏ ସ୍କୁଲବାଲା ଯାହା ନାହିଁ ତାହା ଟାସ୍କ ଦେଇ ହଇରାଣ କରିବା ଜାଣିଛନ୍ତି। ସମସ୍ତଙ୍କ ପ୍ରଶ୍ନର ଉତ୍ତର ମୁଁ ହିଁ ଦେବି? ତୋ ଡ୍ୟାଡିଙ୍କୁ ପଚାର।”

Pearl dental clinic
Near Ashish Medical Store, Bhawanipatna

ନିହାର ମୋବାଇଲ ବନ୍ଦକରି କରି ପୁଅକୁ କହିଲା,”
– ଆମ ଅଫିସରେ ମୋ ବସ୍ , ମିଟିଙ୍ଗ କଲାବେଳେ ସମସ୍ତଙ୍କୁ ଯେଉଁ ଧମକାଏ ତାକୁ ଆମେ ସର୍ଜିକାଲ୍ ଷ୍ଟ୍ରାଇକ୍ କହୁ। ଆଉ ଘରେ ତୋ ମମି ତ ସବୁବେଳେ ମୋ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରୁଛି।”

Udyog Nursery
Udyogi Nursery

ମୁହଁକୁ ମୋଡି ସବିତା କହିଲା,”
-ଏ ଘରେ ସମସ୍ତେ ମୋ ଉପରେ ହିଁ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା ଜାଣିଛନ୍ତି। ମୁଁ ହିଁ ସମସ୍ତଙ୍କ ଶତ୍ରୁ।”

ନିହାର ହସିଦେଇ ଭିକିକୁ ଖବରକାଗଜର ହେଡ଼ଲାଇନ ଦେଖାଇ କହିଲା,
-ହେଇ ଦେଖେ, ପୁଣି ପାନେ ପାଇଲା ପାକିସ୍ଥାନ। ଶତ୍ରୁ ଘର ଭିତରେ ପଶି ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍ ଭାରତ’ର । ଯେବେ ଭାରତ ପାକିସ୍ତାନକୁ ଏଟେକ୍ କରେ, ବମ୍ ପକାଏ, ତାକୁ ସର୍ଜିକାଲ୍ ଷ୍ଟ୍ରାଇକ୍ କୁହାଯାଏ।”

ସୋଫାରେ ବସିଥିବା ଜେଜେଙ୍କ ଆଡ଼କୁ ଅନାଇଲା ଭିକି।

ନାତିକୁ ପାଖକୁ ଡାକି ସନାତନ ବାବୁ କହିଲେ,”
-ଗୋପନରେ ସବୁ ପ୍ରସ୍ତୁତି କରି, ଅତର୍କିତ ଭାବେ ଶତ୍ରୁ ଉପରେ ଆକ୍ରମଣ କରିବା ହେଉଛି ସର୍ଜିକାଲ୍ ଷ୍ଟ୍ରାଇକ୍।”

-ସର୍ଜିକାଲ୍ ଷ୍ଟ୍ରାଇକ୍ କେତେବେଳେ କରାଯାଏ ?” ପଚାରିଲା ଭିକି।

– ଇଲେକ୍ସନ ପୂର୍ବରୁ ତ ଆଜିକାଲି ହେଉଛି।”

ଉତ୍ତର ଶୁଣି ବୋକାଙ୍କ ଭଳି ଅନେଇଲା ଭିକି। ଟିକେ ରହି ପୁଣି ପଚାରିଲା
– ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ କେବେ ହୋଇଥିଲା? ଭାରତ ଛଡା ଆଉ କଣ କେହି କେବେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିନାହାନ୍ତି? ଜେଜେମା ତମେ କିଛି ଜାଣିଛ ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ?”

ପାନ ଚୋବାଉ ଚୋବାଉ ପ୍ରଭାବତୀ କହିଲେ, “କେବଳ ପାକିସ୍ତାନ ଉପରେ ସର୍ଜିକାଲ୍ ହୁଏ ବୋଲି କିଏ କହିଲା ? ପଚାଶ ବର୍ଷ ହେଲାଣି, ବାହା ହୋଇ ଆସିଲା ଦିନଠୁ ଏ ଘରେ ମୁଁ ସର୍ଜିକାଲ୍ ଷ୍ଟ୍ରାଇକ୍ ସହିଆସୁଛି। ତୋ ଜେଜେ କଣ କମ୍ ବୋମା ଫୁଟାଏ? ସେ ଦୁର୍ଗନ୍ଧ ସବୁ ସହି ସହି ଆଜିଯାଏଁ ମୁଁ କେମିତି ବଞ୍ଚିଛି, ତାହା ଭଗବାନ ହିଁ ଜାଣନ୍ତି।”

ଶାଶୁଙ୍କ କଥା ଶୁଣି ଫେଁ କିନା ହସିଦେଇ ସବିତା କହିଲା, “ବାପାଙ୍କୁ କଣ ଦୋଷ ଦେଉଛନ୍ତି ବୋଉ? ଆପଣଙ୍କ ପୁଅ କେଉଁ କମ୍ କି? ସର୍ଜିକାଲ୍ ଷ୍ଟ୍ରାଇକ୍ ପା ୟା’ଙ୍କ ବଂଶ ଲକ୍ଷଣ।” 😀

ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ
ମୋ: +91 91776 05105

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.