ସରକାରୀ ସମ୍ପତ୍ତିକୁ ଲୁଟି ଚାଲିଛନ୍ତି ମାଫିଆ । ଟ୍ରିପ ଟ୍ରିପ ବାଲି ଓ ମୁରୁମ ଚାଲାଣ କରି ସେମାନେ ମାଲାମାଲ ହେଉଥିବାବେଳେ ହରିଲୁଟ ହେଉଛି ସରକାରୀ ସମ୍ପତ୍ତି । ନିଦା ବିଷ୍ଣ ସାଜିଛି ପ୍ରଶାସନ ।
କର୍ଲାମୁଣ୍ଡା,୨୩/୧୦ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ ଖାଲିଆପଲି ଗାଁରେ ଖୁଲମ ଖୋଲା ଚାଲିଛି ମରୁମ ଖାଦାନ । ଜେସିବି ଏବଂ ଟ୍ରାକଟର ମାଧ୍ୟମରେ ଶହ ଶହ ଟ୍ରିପ ମୁରୁମ ବିକ୍ରି କରି ମାଲ ମାଲ ହେଉଛନ୍ତି କିଛି ମାଫିଆ । ଏହି ମରୁମ ଚୋରା ଚାଲାଣ ହେଉଥିବା ବିଷୟରେ ପ୍ରଶାସନ କିପରି ଜାଣି ପାରୁନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବୋରପଦର ରାଜସ୍ବ ନିରିକ୍ଷକଙ୍କ ଅଧୀନରେ ଥିବା ବିଭିନ୍ନ ନଦୀ ଘାଟରୁ ମଧ୍ୟ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଫଳରେ ସରକାରଙ୍କ କୋଟି କୋଟି ରାଜସ୍ବ କ୍ଷତି ହେଉଛି । ଜିଲ୍ଲା ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।