କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପିଡିଏସ ଚାଉଳ ଆଣିବାକୁ ଘରୁ ବାହାରିଥିଲେ ଯୁବକ ହେଲେ ଆଉ ଫେରି ପାରିଲେନି । କେନାଲରୁ ଉଦ୍ଧାର ହେଲା ତାଙ୍କର ମୃତ ଦେହ । କେଉଁ ଘଟଣା କ୍ରମରେ ତାଙ୍କର ମୃତ୍ୟୁ ହେଲା ସେନେଇ ପୋଲିସର ତଦନ୍ତ ଜାରି ରହିଛି ।

କୋକସରା,୨୪/୧୦ : ପୋଡବେଡା କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ଅଧିନରେ ଥିବା କର୍ଲାକୋଟ ଗ୍ରାମର କୃଷ୍ଣ ସିଂ (୪୨) । ପୋଲିସ ସୂଚନା ଅନୁସାରେ ମଙ୍ଗଲବାର ଦିନ ପଡିଏସ ଚାଉଲ ଆଣିବା ପାଇଁ ପଞ୍ଚାୟତ ଅଫିସକୁ ଯାଇଥିଲେ କୃଷ୍ଣ ହେଲେ ସନ୍ଧ୍ୟାରେ ଘରକୁ ନଫେରିବାରୁ ଘର ଲୋକଙ୍କ ମନରେ ସନ୍ଦେହ ଯାତ ହୋଇଥିଲା । ପରେ ଘର ଲୋକେ ଖୋଜାଖୋଜି କରିବାରୁ ନିକଟସ୍ଥ ପୋଡବେଡା କେନାଲ ଗେଟ ନିକଟରେ ତାଙ୍କ ବାଇକ ଓ ଚପଲ ପାଇ ପରିବାର ଲୋକେ ଗାଧୋଇବା କିମ୍ବା ସୌଚ ପାଇଁ ଯାଇଥିବା ବେଳେ ତାଙ୍କ ଗୋଡ ଖସିଯାଇଥାଇ ପାରେ ବୋଲି ମୋଟେର ଫାଣ୍ଡି ପୋଳିସକୁ ଖବର ଦେଇଥିଲେ ।ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥାଲରେ ପହଂଚିବା ପରେ ଗାଁ ଲୋକଙ୍କ ସାହଯ୍ୟରେ ଶବ ଉଦ୍ଧାର କରିଥିଲେ । ପୋଲିସ ଶବ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇ ଦେଇଥିଲା । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ମୋଟେର ଫାଣ୍ଡି କେସ୍ ନଂ- ୨୦/୧୯ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଫାଣ୍ଡି ଅଧିକାରୀ ଶେଖର ଜେନା ସୂଚାନ ଦେଇଛନ୍ତି ।

Omkar Vasthu
Omkar Vasthu
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.