ଡଙ୍ଗରୀଗୁଡାରେ ଅନୁସୂଚୀତ ଜନଜାତି ଛାତ୍ରୀନିବାସର ଶୁଭାରମ୍ଭ

କୋକସରା,୨୪/୧୦ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଡଙ୍ଗରୀଗୁଡା ଠାରେ ଆଜି (ଗୁରୁବାର) ଶହେ ଶଯ୍ୟା ବିଶିଷ୍ଟ ଅନୁସୁଚୀତ ଜନଜାତି ଛାତ୍ରୀନିବାସର ଶୁଭାରମ୍ଭ ହୋଇଯାଯାଇଛି। କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ ସେଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ସବ୍ୟାରାଣି ବାଗ ଯୋଗଦେଇ ଅନୁଷ୍ଠାନିକ ଭାବରେ ଛାତ୍ରୀ ନିବାସର ଉଦଘାଟନ କରିଥିଲେ।

ଏହି ଅବସରରେ ଛାତ୍ରୀ ଓ ଅବିଭାବକ ମାନଙ୍କୁ ନେଇ ଛାତ୍ରୀ ନିବାସ ର ବ୍ୟବହାର ଉପରେ ସମ୍ୟକ ଆଲୋଚନା ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ସୂଚନାମୁତାବକ ଆଜିପର୍ଯ୍ୟନ୍ତ ୩୦ଜଣ ଛାତ୍ରୀ ଆବେଦନ କରିଥିବା କହିଥିଲେ । ଦୀର୍ଘ ଦିନ ପରେ ଶୁଭାରମ୍ଭ ହେଇଥିବାରୁଅବିଭାବକ ଓ ଛାତ୍ରୀ ମାନେ ଆନନ୍ଦିତ ଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଧଦେବ ପଣ୍ଡା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିରଞ୍ଚିନାରାୟଣ ଦଶ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାମେଦର ବିଶ୍ବାଲ, ଟିଡିଏ ଜେଇ ଭବାନିସଙ୍କର ନାଏକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନବିହାରୀ ପାଟ୍ଟଯୋଷୀ, ପ୍ରଧାନ ଶିକ୍ଷକ ଭବାନୀଶଙ୍କର ପଣ୍ଡା, ସ୍କାଉଟ ଆଣ୍ଡ ଗାଇଡ୍ସ ଶିକ୍ଷକ ଧିରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ଅବିଭାବକ ଓ ଛାତ୍ରୀଙ୍କୁ ଶିକ୍ଷକ ଓ ଅତିଥି ମାନେ ଆବାସିକ ବିଦ୍ୟାଳୟର ବିଭିନ୍ନ ନିତୀ ନିୟମ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିବା ବେଳେ ଶେଷରେ ସରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.